ଓଡିଶା

odisha

ETV Bharat / state

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ବନ୍ଦ - ମାଲକାନଗିରି ନ୍ୟୁଜ

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ କରିବାସହ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ । ବନ୍ଦ ଡ଼ାକରାକୁ ସଫଳ କରିବାକୁ ଧାରଣା । ଅଧିକ ପଢନ୍ତୁ

protest against the sale of kalimela mini stadium
ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ

By

Published : Aug 5, 2022, 5:09 PM IST

ମାଲକାନଗିରି:ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ । ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ କାଲିମେଳାବାସୀ ଏହି ବନ୍ଦ ଡ଼ାକରାକୁ ସଫଳ କରିବାକୁ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ କାଲିମେଳାରେ ଥିବା ମିନି ଷ୍ଟାଡିୟମକୁ ନେଇ ବିବାଦ ଦେଖାଦେଇଛି । ରାମପ୍ରସାଦ ଭଦ୍ର ଓ ଆନନ୍ଦ ମାଲାକାର ନାମକ ଦୁଇଜଣ ଜମି ଦଲାଲ ଷ୍ଟାଡିୟମକୁ ନିଜ ନାମରେ ପଟ୍ଟା କରାଇ ନେଇ ଚାଷ କରୁଛନ୍ତି ଅଭିଯୋଗ ହୋଇଛି ।

ମିନି ଷ୍ଟାଡିୟମ ବିକ୍ରି ପ୍ରତିବାଦରେ କାଲିମେଳା ମାର୍କେଟ ବନ୍ଦ

ଫଳରେ କାଲିମେଳାରେ ଥିବା ଏହି ଏକ ମାତ୍ର ମିନି ଷ୍ଟାଡିୟମ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି । ଲୋକଙ୍କ କହିବା ଅନୁଯାୟୀ ଏହି ଷ୍ଟାଡିୟମରେ କାଲିମେଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହେଉଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ଚାଷ ହେବା ଦ୍ବାରା ଷ୍ଟାଡିୟମଟି ନଷ୍ଟ ହେବାକୁ ଯାଉଛି ।

ଯାହାର ପ୍ରତିବାଦରେ କାଲିମେଳାବାସୀ ବନ୍ଦ ଡାକରା ଦେବା ସହ ମାଲକାନଗିରି ଜିଲ୍ଲାଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜିଲ୍ଲାପାଳ ଏହି ଘଟଣାଟିକୁ ଗମ୍ଭୀର ଭାବେ ନେବାସହ ଆଇନ୍ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details