ମାଲକାନଗିରି: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମାଲକାନଗିରି ପୌରପରିଷଦ ୩ ନମ୍ବର ୱାର୍ଡର ବସ୍ତି ବାସିନ୍ଦା । ସରକାରଙ୍କ ନିୟମ ଅନୁଯାୟୀ ଦୀର୍ଘ ବର୍ଷ ରହିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ। କିନ୍ତୁ ୩ ନମ୍ବର ୱାର୍ଡରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳୁଛି। କୌଣସି ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇନଥିବା ବେଳେ ବେନିୟମ ଭାବେ ଜଣେ ସରକାରୀ ଅଧିକାରୀଙ୍କୁ କିଭଳି ୨ ଏକରର ଜମି ପଟ୍ଟା ପ୍ରଦାନ କରଯାଇଛି ।
ଜମି ପଟ୍ଟା ବଣ୍ଟନରେ ଅନିୟମିତତା, ଜିଲ୍ଲାପାଳଙ୍କ ଅଫିସ ଘେରାଉ - Irregularities in the distribution of land leases
ଦୀର୍ଘ ବର୍ଷ ଧରି ରହିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଥାୟୀ ପଟ୍ଟା ଦିଆନଯିବା ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ମାଲକାନଗିରି ପୌରପରିଷଦ ୩ ନମ୍ବର ୱାର୍ଡର ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ...
ଜମି ପଟ୍ଟା ବଣ୍ଟନରେ ଅନିୟମିତତା, ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଏନେଇ ଆଜି ୱାର୍ଡ ନମ୍ବର ୩ର ପ୍ରାୟ ୨୦୦ ରୁ ଅଧିକ ଲୋକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ ଜଣାଇଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ