ଓଡିଶା

odisha

By

Published : Jun 1, 2021, 7:45 PM IST

ETV Bharat / state

ବିଦେଶୀ ମଦ ଜବତ ସହ ଜଣେ ଗିରଫ

ମାଲକାନଗିରି ପୋଲିସ ପକ୍ଷରୁ ଚୋରା ମଦ କାରବାରକୁ ନେଇ ଚଢ଼ାଉ । ଗଚ୍ଛିତ ବିଦେଶୀ ମଦ ଜବତ, ଜଣେ ଅଟକ । ଅଧିକ ପଢନ୍ତୁ...

illegal-foreign-liquor-seized-one-arrested
ବିଦେଶୀ ମଦ ଜବତ ସହ ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସ ପକ୍ଷରୁ ଚୋରା ମଦ କାରବାରକୁ ନେଇ ଚଢ଼ାଉ । ଗଚ୍ଛିତ ବିଦେଶୀ ମଦ ଜବତ, ଜଣେ ଅଟକ ।

ବିଦେଶୀ ମଦ ଜବତ ସହ ଜଣେ ଗିରଫ

ମାଲକାନଗିରି ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ନିକଟରେ ଜଣଙ୍କ ଘରେ ଗଚ୍ଛିତ ଥିବା ବିଦେଶୀ ମଦ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଏବେ ଲକଡାଉନ ଚାଲିଥିବାରୁ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ବର୍ତ୍ତମାନ ମଦ ଅନଲାଇନରେ ମିଳୁଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଚୋରା କାରବାରରେ ମାତି ଚଢାଦାମରେ ବିକ୍ରି କରୁଥିବା ଖବର ଆସୁଥିଲା ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମାଲକାନଗିରି ପୋଲିସ ଆଜି ଚଢ଼ାଉ କରି 20 ଲିଟରରୁ ଊର୍ଦ୍ଧ୍ବ ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ଏହି ଚଢ଼ାଉ ସମୟରେ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details