ଓଡିଶା

odisha

ETV Bharat / state

ମାଓ ଯୋଜନା ପଣ୍ଡ କଲେ ଯବାନ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଏକ ବଡ଼ ଧରଣର ବିସ୍ଫୋରଣ ଯୋଜନାକୁ ପଣ୍ଡ କରିଛନ୍ତି BSF ଯବାନ । ଅଧିକ ପଢନ୍ତୁ...

ମାଓ ଯୋଜନା ପଣ୍ଡ କଲେ ଯବାନ
ମାଓ ଯୋଜନା ପଣ୍ଡ କଲେ ଯବାନ

By

Published : Feb 22, 2021, 4:25 PM IST

ମାଲକାନଗିରି:ମାଓ ଯୋଜନା ପଣ୍ଡ କଲେ ଯବାନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଏକ ବଡ଼ ଧରଣର ବିସ୍ଫୋରଣ ଯୋଜନାକୁ ପଣ୍ଡ କରିଛନ୍ତି BSF ଯବାନ।

ମାଓ ଯୋଜନା ପଣ୍ଡ କଲେ ଯବାନ

ସୂଚନା ଅନୁଯାୟୀ, ମାଓବାଦୀଙ୍କ ଦ୍ଵାରା ଖଞ୍ଜିଯାଇଥିବା 3ଟି IEDକୁ ଠାବ କରି ନିଷ୍କ୍ରିୟ କରିଛନ୍ତି BSF ଯବାନ। ଆମବେଡାଗାଁଓ ଜଙ୍ଗଲରେ ମାଓବାଦୀ IED ଖଞ୍ଜିଥିଲେ । ମାଓ ଦମନ ଅପରେଶନ ପାଇଁ ଯିବାବେଳେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ଏହି IED । ମାଓବାଦୀମାନେ ଗଛ କୋରଡରେ କ୍ଲେମର ମାଇଁନ ଲଗାଇଥିଲେ । ତା ପାଖାପାଖି ଟିଫିନ ବମ ଏବଂ ଲ୍ୟାଣ୍ଡମାଇଁନ ଲଗାଇଥିଲେ ମାଓବାଦୀ।

ମାଓ ଯୋଜନା ପଣ୍ଡ କଲେ ଯବାନ

ଗରିଲା ଯୁଦ୍ଧର କୌଶଳ ଅପଣାଇ ଜଙ୍ଗଲ ମଧ୍ୟରେ ଲୁଚିଛପି ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଯୋଜନା କରୁଥିଲେ ମାଓବାଦୀ। କିନ୍ତୁ ଏହି ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଛି BSF ଯବାନ।

ମାଓ ଯୋଜନା ପଣ୍ଡ କଲେ ଯବାନ

ରବିବାର ମାଲକାନଗିରିର ଦଲଦଲି ଜଙ୍ଗଲରେ BSF ଯବାନ ଅପରେଶନ ବେଳେ ମାଓବାଦୀଙ୍କ ଏଭଳି IED ବିସ୍ପୋରଣର ଶିକାର ହେବାକୁ ପଡିଥିଲା। ଏଥିରେ ଜଣେ ଯବାନ ଗୁରୁତର ହୋଇଥିଲା।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details