ଓଡିଶା

odisha

Explosives Seized: ଟଳିଲା ବଡ ମାଓ ହମ୍‌ଲା, 7 IED ସହ ବିପୁଳ ବିସ୍ଫୋରକ ଜବତ

ମାଓବାଦୀ ସାଇତି ରଖିଥିବା ବିସ୍ଫୋରକକୁ ନଷ୍ଟ କଲା ସୁରକ୍ଷାବାହିନୀ । ମାଲକାନଗିରି ଜିଲ୍ଲା ଟୋଟାଗୁଡ଼ା ଅଞ୍ଚଳରେ ସ୍ବତନ୍ତ୍ର ମିଳିତ ଅପରେସନ ବେଳେ ଏହା କରି ଦେଖାଇଛନ୍ତି ସୁରକ୍ଷା ବାହିନୀ । ଅଧିକ ପଢ଼ନ୍ତୁ

By

Published : Jan 24, 2022, 7:20 PM IST

Published : Jan 24, 2022, 7:20 PM IST

Updated : Jan 24, 2022, 10:04 PM IST

ସ୍ବାଭିମାନ ଅଞ୍ଚଳରେ ବିପୁଳ ବିସ୍ଫୋରକ ନଷ୍ଟ କଲା ସୀମା ସୁରକ୍ଷା ବଳ
ସ୍ବାଭିମାନ ଅଞ୍ଚଳରେ ବିପୁଳ ବିସ୍ଫୋରକ ନଷ୍ଟ କଲା ସୀମା ସୁରକ୍ଷା ବଳ

ମାଲକାନଗିରି: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଟଳିଲା ବଡ ଧରଣର ମାଓ ହମ୍‌ଲା । ମାଓବାଦୀ ସାଇତି ରଖିଥିବା ବିସ୍ଫୋରକକୁ ନଷ୍ଟ କଲା ସୁରକ୍ଷାବାହିନୀ । ମାଲକାନଗିରି ଜିଲ୍ଲା ଟୋଟାଗୁଡ଼ା ଅଞ୍ଚଳରେ ସ୍ବତନ୍ତ୍ର ମିଳିତ ଅପରେସନ ବେଳେ ଏହା କରି ଦେଖାଇଛନ୍ତି ସୁରକ୍ଷା ବାହିନୀ । ଏକ ପଥରଗଦା ତଳେ ୭ଟି IED ଓ ଅନ୍ୟ ବିସ୍ଫୋରକ ମାଓବାଦୀ ଲୁଚାଇ ରଖିଥିଲେ ।

Explosives Seized: ଟଳିଲା ବଡ ମାଓ ହାମ୍‌ଲା, 7 IED ସହ ବିପୁଳ ବିସ୍ଫୋରକ ଜବତ

ଏହି ସମସ୍ତ ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ନଷ୍ଟ କରିଛି ସୀମା ସୁରକ୍ଷା ବଳ । ସୀମା ସୁରକ୍ଷା ବଳ ସାଧରଣତନ୍ତ୍ର ଦିବସ ପୂର୍ବରୁ ଏହି ସଫଳତା ହାସଲ କରି ମାଓବାଦୀଙ୍କ କୌଣସି ବଡ ଯୋଜନାକୁ ପଣ୍ଡ କରିଛନ୍ତି । ବିଶେଷ ସୁତ୍ରରୁ ଖବର ପାଇ BSF ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଆଜି ଏକ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହାପରେ ସଦାରାମ ସନ୍ନ୍ୟାସୀଗୁଡ଼ା ଓ ତୋଟାଗୁଡା ମଧ୍ୟରେ ତଲାସି କରାଯାଇଥିଲା ।

ସ୍ବାଭିମାନ ଅଞ୍ଚଳରେ ବିପୁଳ ବିସ୍ଫୋରକ ନଷ୍ଟ କଲା ସୀମା ସୁରକ୍ଷା ବଳ

ଏହି ସମୟରେ ଏକ ୫ କେଜି ଷ୍ଟିଲ୍‌ ଟିଫିନ୍‌ ବୋମା, ୪ଟି ୨କେଜି ଷ୍ଟିଲ ଟିଫିନ୍ ବୋମା, ଗୋଟିଏ ୧ କେଜିର ପିତ୍ତଳ ବୋମା, ଗୋଟିଏ ୫୦୦ ଗ୍ରାମର ପିତ୍ତଳ ବୋମା ୫୦୦ ଗ୍ରାମ୍ ବିସ୍ଫୋରକ ପାଉଡର, ଗୋଟିଏ ଗ୍ୟାସ୍ ୱେଲ୍ଡିଂ ଗ୍ଲୋବ୍‌ ୪ ହଳ ଜୋତା, ସମେତ ଅନାନ୍ୟ ସାମଗ୍ରୀ ଜବତ୍ କରିଥିଲେ । ଏହାପରେ ବୋମା ନିଷ୍କ୍ରିୟକାରୀ ଦଳର ସହାୟତାରେ ୭ଟି ବୋମାକୁ ନିଷ୍କ୍ରିୟ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ବିପୁଳ ବିସ୍ଫୋରକ ନଷ୍ଟ କଲା ସୀମା ସୁରକ୍ଷା ବଳ

ସୀମା ସୁରକ୍ଷା ବଳ ସାଧରଣତନ୍ତ୍ର ଦିବସ ପୂର୍ବରୁ ଏହି ସଫଳତା ହାସଲ କରି ମାଓବାଦୀଙ୍କ କୌଣସି ବଡ଼ ଯୋଜନାକୁ ପଣ୍ଡ କରିଥିବା ଆଲୋଚନା ହେଉଛି । ସ୍ବାଭିମାନ ଅଞ୍ଚଳରେ କୁମ୍ବିଂ ଅପରେସନ ବେଳେ ଏହି ସଫଳତା ହାସଲ କରିଛି ସୀମା ସୁରକ୍ଷା ବଳ । ଏହି ସମୟରେ ବହୁ ବିସ୍ଫୋରକ ଜବତ କରିବା ସହ ଅନେକ ବିସ୍ଫୋରକକୁ ନଷ୍ଟ କରାଯାଇଛି । ଏହାକୁ ନେଇ ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ଦିଆଯାଇଛି ।

ମାଲାକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Jan 24, 2022, 10:04 PM IST

For All Latest Updates

TAGGED:

ABOUT THE AUTHOR

...view details