ମାଲକାନଗିରି: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍କୁଲ ପଛରେ ଥିବା ଡ୍ୟାମରେ ବୁଡି ଜଣେ ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ, ସୋମବାର ଜିଲ୍ଲା ସଦର ବ୍ଲକ ଅନର୍ଗତ ଗଙ୍ଗଲା ପଞ୍ଚାୟତ ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ର ଅମିତ୍ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବା ସମୟରେ ସ୍କୁଲ ପଛରେ ଥିବା ଡ୍ୟାମରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରକୁ ପାଣ୍ଡ୍ରି ପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି ।
ଭିଡିଓ ସୌଜନ୍ୟ:ସମ୍ବାଦାତା, ମାଲକାନଗିରି ଏପଟେ ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଗଙ୍ଗଲା ଆଶ୍ରମ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ବାପା ମା ପହଞ୍ଚି ସେମାନଙ୍କୁ ହଷ୍ଟେଲରୁ ବାହାର କରି ନେବା ପାଇଁ ଉଦ୍ୟମ କରିଛନ୍ତି । ତେବେ ବିଦ୍ୟାଳୟରେ ଉପ ଜିଲ୍ଲାପାଳ, ପିଏଆଇଟିଡିଏ ପହଞ୍ଚି ପିଲାଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।
ତେବେ ହଷ୍ଟେଲରେ ରହୁଥିବା ଛାତ୍ର କିଭଳି ବାହାରକୁ ଗଲା, ସେ ନେଇ ପ୍ରଶ୍ନ ଉଠିଥିବାବେଳେ ସେବାଶ୍ରମ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହେଉଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ