ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବାହ୍ୟଜଗତରୁ 3 ଗ୍ରାମ ବିଚ୍ଛିନ୍ନ

ଲଗାଣ ବର୍ଷା କାରଣରୁ ବାହ୍ୟଜଗତରୁ ଖଇରପୁଟ ବ୍ଲକର 3 ଗ୍ରାମ ବିଚ୍ଛିନ୍ନ ହୋଇଛି । ପୋଲ ଧୋଇଯିବା କାରଣରୁ ରୋଗୀଙ୍କୁ ଡାକ୍ତରଖାନାକୁ ନିଆଯିବାରେ ସମସ୍ୟା ଦେଖାଦେଇଛି ।

By

Published : Sep 1, 2019, 2:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି

ମାଲକାନାଗିରି: ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ମାଲକାନଗିରିର ତିନିଖଣ୍ଡ ଗ୍ରାମ । ଶୁକ୍ରବାରର ଲଗାଣ ବର୍ଷା ଯୋଗୁଁ ଖଇରପୁଟ ବ୍ଲକର ସଦର ମହକୁମାର ମାଝୀଗୁଡା,କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ତିନୋଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଅନେକ ରୋଗୀ ଫସି ରହିଥିବା ସୂଚନା ମିଳିଛି । ଅସ୍ଥାୟୀ ପୋଲଟି ଧୋଇ ଯାଇଥିବାରୁ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନା ନେଇ ପାରୁନାହାଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନାଗିରି


ଗ୍ରାମବାସୀ ସ୍ୱାସ୍ଥ୍ୟ ସହ ଗମନାଗମନ ସହିତ ନିତିଦିନିଆ ସାମଗ୍ରୀ ଜିନିଷପତ୍ର ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି କର୍ଣ୍ଣପାତ କରୁନଥିବା ବାରମ୍ବାର ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ମଧ୍ୟ ସମାନ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥିଲା । ସେହି ସମୟରେ ଏସଡିପିଓଙ୍କ ନେତୃତ୍ବରେ ମାଲକାନାଗିରି ପୋଲିସ କର୍ମଚାରୀ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ସମାନ ଅସୁବିଧା ଦେଖିବାକୁ ମିଳିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର କୁଣ୍ଡୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details