ଓଡିଶା

odisha

ETV Bharat / state

ବନ୍ୟା ପରିସ୍ଥିତି ବୁଲି ବୁଲି ଦେଖିଲେ ଜିଲ୍ଲାପାଳ

ମାଲକାନଗିରିରେ ପ୍ରବଳ ବର୍ଷା ହେତୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳଙ୍କ ମନୀଷ ଅଗ୍ରୱାଲ ବୁଲି ବୁଲି ଜିଲ୍ଲାର ସ୍ଥିତି ପରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର

By

Published : Aug 2, 2019, 1:39 PM IST


ମାଲକାନଗିର: ଜିଲ୍ଲାରେ ଗତ ଗୁରୁବାର ରାତି ଠାରୁ ପ୍ରବଳ ବର୍ଷା ହେବା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଛି । ଶୁକ୍ରବାର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାର ସ୍ଥିତି ପରଖିଛନ୍ତି।

ବନ୍ୟାର ମୁକାବିଲା କରିବା ଲାଗି ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି। ତେବେ ଖଇରପୁଟ ବ୍ଲକରେ ଏକ ଅସ୍ଥାୟୀ ପୋଲ ଉପରେ ବିପଦ ସଂକୁଳ ପାଣି ପ୍ରଭାବିତ ହେଉଥିବାରୁ ଖଇରପୁଟ ବ୍ଲକ ସଦର ପଞ୍ଚାୟତର ୩ ଖଣ୍ଡ ଗ୍ରାମ ମାଝିଗୁଡା, କେନ୍ଦୁଗୁଡା ଓ ଗମ୍ଭାରୀଭଟ୍ଟା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।


ଏଥିସହ ମାଲକାନଗିରି ଠାରୁ କାଲିମେଳା, ବାଲିମେଳାର ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ କାଲିମେଳା ଠାରୁ ମୋଟୁ ଓ ମାଲକାନଗିରି ଠାରୁ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ପୋଲ ଉପରେ 4 ରୁ 5 ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର


ଫଳରେ ମାଲକାନଗିରି ସଦର ମହକୁମା ଠାରୁ କାଲିମେଳା, କୋରକୋଣ୍ଡା ବ୍ଲକକୁ ଯାତାୟାତ ବନ୍ଦ ରହିଛି । ନଦୀର ଦୁଇ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଛି । ସାବେରୀ ଓ ସିଲେରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି।

ଏହାକୁ ଦେଖି ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡିଓଙ୍କୁ ଆଲର୍ଟ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଦୁଇ ଦିନ ଧରି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଗ୍ରାମବାସୀ ଫସି ଯାଇଥିବାରୁ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details