ଓଡିଶା

odisha

By

Published : Oct 19, 2019, 12:28 PM IST

ETV Bharat / state

ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଗଢି ତୋଳିବାକୁ ସରକାରଙ୍କ ପ୍ରୟାସ

ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ଉଦ୍ଘାଟନ ସମୟରେ 100 କୋଟି ଟଙ୍କା ଘୋଷଣା କରିଥିଲେ । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ବିଛିନ୍ନାଞ୍ଚଳର 151ଟି ଗ୍ରାମର ଉନ୍ନତି କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତି ହୋଇଛି । ଅଧିକ ଖବର ପଢନ୍ତୁ...

ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ସରକାରଙ୍କ ପ୍ରୟାସ

ମାଲକାନଗିରି: ଗୁରୁପ୍ରିୟା ଗଢି ତୋଳୁଛି ସମ୍ପର୍କରର ସେତୁ। ବିଛିନ୍ନାଅଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଗଢି ତୋଳିବାକୁ ସରକାରଙ୍କ ପ୍ରୟାସ। ଯେଉଁଥିପାଇଁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ଉଦ୍ଘାଟନ ସମୟରେ 100 କୋଟି ଟଙ୍କା ଘୋଷଣା କରିଥିଲେ । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ଯୁଦ୍ଧ କାଳୀନ ଭିତ୍ତିରେ ବିଛିନ୍ନାଞ୍ଚଳର 151ଟି ଗ୍ରାମର ଉନ୍ନତି କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତି ହୋଇଛି ।

ସେହିପରି ଆଦିବାସୀଙ୍କ ଆର୍ଥିକ ଉନ୍ନତି ସକାଶେ ସରକାର ବାଲିମେଳା ଜଳଭଣ୍ଡାରରେ ୨୦ କୋଟି ଟଙ୍କାର ଯାଆଁଳା ମାଛ ଛାଡିବାର ବ୍ୟୟ ଅଟକଳ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ଗତ ବର୍ଷ ୧୪ ଲକ୍ଷ ମାଛ ଯାଆଁଳା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡ଼ାଯାଇଥିଲା ।

ପରେ ପରେ ଏହି ଯୋଜନା ଅନ୍ତର୍ଗତ ଦ୍ବିତୀୟ ପର୍ଯ୍ୟାୟରେ ବଡ଼ପଡା ପଞ୍ଚାୟତ ଅନ୍ତର୍ଗତ ଗୁରୁପ୍ରିୟା ସେତୁ ନିକଟରେ ବଡ ବଡ ଘେରି କରି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଚିତ୍ରକୋଣ୍ଡା ବିଡିଓ ଲରୀମାନ ଖରସେଲଙ୍କ ଉପସ୍ଥିତିରେ ୬୦mm ରୁ ୮୦mm ର ଯାଆଁଳ ମାଛ ଛଡାଯାଇଥିଲା।

ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ଗଢି ତଳିବାକୁ ସରକାରଙ୍କ ପ୍ରୟାସ

ଏହା ପରେ କୋପରେଟିଭ ସୋସାଇଟି ମାଧ୍ୟମରେ ଯାଆଁଳ ମାଛକୁ ୧୦୦ mm ପର୍ଯ୍ୟନ୍ତ ବଡ କରାଯାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡିବାର ଯୋଜନା ଆରମ୍ଭ କରାଯାଇଛି। ଆଗାମୀ 4ବର୍ଷରେ ଏହି ଯୋଜନା ମାଧ୍ୟମରେ ୧ କୋଟି ୨୦ ଲକ୍ଷ ଯାଆଁଳା ଛାଡିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଗୁରୁପ୍ରିୟା ପ୍ରାଥମିକ ସମବାୟ ସମିତି, ସ୍ବାଭିମାନ ପ୍ରାଥମିକ ସମବାୟ ସମିତି, ଖାଦେଙ୍ଗେଶ୍ବର ସମବାୟ ସମିତି, ମା' ଦୁର୍ଗା ସମବାୟ ସମିତି, ନାମରେ ଚାରିଗୋଟି ସୋସାଇଟି ଗଠନ କରାଯାଇଛି ।

ଆଗାମୀ ଦିନରେ ନାକାମାମୁଡ଼ି, ପଣସଫୁଟ, ଯୋଡାଆମ୍ବ, ଯନ୍ତ୍ରୀ, ଗାଜଲମାମୁଡ଼ିଠାରେ ସୋସାଇଟି ଗଠନ କରାଯାଇ ମାଛ ଯାଆଁଳା ଛଡ଼ାଯିବାର ବନ୍ଦୋବସ୍ତ କରାଯିବ । ଏହାସହ ଗୁରୁପ୍ରିୟା ସେତୁ ନିକଟରେ ସୋସାଇଟି ସଦସ୍ୟଙ୍କ ଦ୍ବାରା ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।

ଏଥିରେ ଡିଡିଏଫ ଜେପୋର ସୁରେଶ ଚନ୍ଦ୍ର ବେହେରା, ଡିଏଫଓ ହେମନ୍ତ କୁମାର ଦାସ ପ୍ରମୁଖ ମତ୍ସ୍ୟଚାଷ ଓ ଯାଆଁଳ ସମ୍ପର୍କରେ ଲୋକଙ୍କୁ ବୁଝାଇ ଥିଲେ। ଏହି ଯାଆଁଳ ଛଡ଼ାଯିବା ସମୟରେ ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକେ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା କରିବା ପାଇଁ ଦାବି କରିଥିଲେ।

ଆଗାମୀ ଦିନରେ ଏହି ଅଞ୍ଚଳର ବିକାଶ କରିବା ପାଇଁ ବହୁ ଯୋଜନା ସରକାରଙ୍କ ତରଫରୁ କାର୍ଯ୍ୟ କରାଯିବ ଓ ଗ୍ରାମବାସୀଙ୍କ ସହଯୋଗ ରହିଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details