ଓଡିଶା

odisha

ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ କର୍ମଚାରୀ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ଅତିରିକ୍ତ ବାଣିଜ୍ୟ କମିଶନର ଅଜୟ କୁମାର ମଲ୍ଲିକ ।

By

Published : Aug 30, 2019, 8:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର

ମାଲକାନଗିରି: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାଲକାନଗିରିର ସରକାରୀ କର୍ମଚାରୀ । ମନୋଜ ଦେବନାଥ ନାମକ ଜଣେ କପଡା ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଅତିରିକ୍ତ ବାଣିଜ୍ୟ କମିଶନରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର


ସୂଚନା ଅନୁଯାୟୀ, ଜିଏସଟି ଟିକସର ଏକ ଫାଇଲକୁ ପାସ କରିବା ପାଇଁ ଅତିରିକ୍ତ ବାଣିଜ୍ୟ କମିଶନର ଅଜୟ କୁମାର ମଲ୍ଲିକ ସଂପୃକ୍ତ ବ୍ୟବସାୟଙ୍କ ଠାରୁ ୧୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । କେବଳ ଏତିକି ନୁହେଁ ଟଙ୍କା ନଦେଲେ ତାଙ୍କୁ ଜେଲ ପଠାଇବେ ବୋଲି ଧମକ ମଧ୍ୟ ଦେଇଥିଲେ ।


ହେଲେ ବ୍ୟବସାୟୀଙ୍କୁ ଜେଲ ପଠାଇବା ପରିବର୍ତ୍ତେ ନିଜେ ଜେଲ ଗଲେ ବାଣିଜ୍ୟ କମିଶନର । ମାଲକାନଗିରି ଓ ଜୟପୁର ଭିଜିଲାନ୍ସର ମିଳିତ ଉଦ୍ୟମରେ ବାଣିଜ୍ୟ କମିଶନରଙ୍କ କାର୍ଯ୍ୟାଳୟ, ବାସ ଭବନ ଓ ତାଙ୍କର ଏକ ଭଡା ଘରେ ଏକ ସମୟରେ ଚଢାଉ କରି ଅଜୟ କୁମାର ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details