ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଉନ୍ନତ ସ୍ବାସ୍ଥ୍ୟସେବା । ମୁଖ୍ୟ ଚିକିତ୍ସାଳୟର ଏକ ସ୍ବତନ୍ତ୍ର ଟିମ ସିଡିଏମଓଙ୍କ ନେତୃତ୍ବରେ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧକ୍ଷ୍ୟ ଯାନବାଇ ମେଡିକାଲରେ ପହଞ୍ଚିଥିଲେ । ଏହି ଟିମକୁ ମେଡିକାଲରେ ସ୍ବାଗତ କରାଯାଇ ପୋଷଣ ଦିବସରେ ଉତ୍ତମ ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ 40 ଜଣ ଶିଶୁ ଓ 30 ଜଣ ସ୍ତ୍ରୀ ରୋଗୀ ଚିକିତ୍ସା କରାଯାଇଥିଲା ।
ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲେ ଉତ୍ତମ ସ୍ବାସ୍ଥ୍ୟସେବା - malkangiri news
ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲେ ଉତ୍ତମ ସ୍ବାସ୍ଥ୍ୟସେବା । ପୋଷଣ ଦିବସର ପ୍ରଥମ ଦିନରେ 40 ଶିଶୁ ଓ 30 ସ୍ତ୍ରୀ ରୋଗୀଙ୍କୁ ଯୋଗାଇ ଦିଆଯାଇଥିଲା ଚିକିତ୍ସା। ଅଧିକ ପଢନ୍ତୁ...
ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲେ ଉତ୍ତମ ସ୍ବାସ୍ଥ୍ୟସେବା
ଏହି ସ୍ବାସ୍ଥ୍ୟସେବା ପ୍ରତି ସପ୍ତାହରେ ଯୋଗାଇ ଦିଆଯିବ । ଶୁକ୍ରବାର ଦିନ ଯାନବାଇ ମେଡିକାଲ , ପ୍ରତି ରବିବାର ଦିନ ଯୋଡ଼ାମ୍ବ ମେଡିକାଲ ଏବଂ ପ୍ରତି ମଙ୍ଗଳବାର ଦିନ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏହି ସ୍ବାସ୍ଥ୍ୟ ସେବା ରୋଗୀଙ୍କ ପାଇଁ ଉପଲବ୍ଧ ହେବ ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ