ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା, ପୋଲିସ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ

ଜିଲ୍ଲା ପୋଲିସକୁ ଭତ୍ସର୍ନା କଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ। ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରି ପୋଲିସକୁ ନିନ୍ଦା କରିଛନ୍ତି ବଳଭଦ୍ର ମାଝୀ । ଅଧିକ ପଢ଼ନ୍ତୁ...

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା, ପୋଲିସ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା, ପୋଲିସ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ

By

Published : Nov 16, 2020, 5:13 PM IST

ମାଲକାନଗିରି: ଜିଲ୍ଲା ପୋଲିସକୁ ଭତ୍ସର୍ନା କଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ। ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରି ପୋଲିସକୁ ନିନ୍ଦା କରିଛନ୍ତି ବଳଭଦ୍ର ମାଝୀ। ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସେହି ସମୟରେ ବାରମ୍ବାର ଅଭିଯୋଗ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏନେଇ ଅଭିଯୋଗ କରିଥିଲେ । ତେବେ ମାଲକାନଗିରି ପୋଲିସ ଏ ସମସ୍ତ ଅଭିଯୋଗକୁ କର୍ଣ୍ଣପାତ କରିନଥିଲା ବୋଲି ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ।

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା, ପୋଲିସ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ

ଗତକାଲି(ରବିବାର) ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ସମେତ 3 ଜଣଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ। ଏହାପରେ ଯୋଜନା ସଂଯୋଜନ ବିଭାଗକୁ ବଦଳି ହୋଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ। ଏହା ପୋଲିସର ନିମ୍ନମାନ କାର୍ଯ୍ୟ ବୋଲି ସେ କହିଛନ୍ତି। ଘଟଣାକୁ ବର୍ଷ ବିତି ଯାଇଥିବା ପୋଲିସ ବର୍ତ୍ତମାନ ମାମଲା ରୁଜୁ କରିଛି। କେତେ ଜଣ ଏଭଳି କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ସାଂସଦ। ଚଳିତ ମାସ 2 ତାରିଖରେ ମୃତକ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି SDJM କୋର୍ଟରେ ମକଦ୍ଦମା ରୁଜୁ କରିଥିଲେ ।

2019 ମସିହାରେ ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ମୃତକଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏଫଆଇଆର ରଖିନଥିଲା ବୋଲି ଅଭିଯୋଗ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ମାଲକାନଗିରି ଜିଲ୍ଲାପାଳଙ୍କୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।


ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details