ମାଲକାନଗିରି:ଜିଲ୍ଲା ଗୋଇ ଜଙ୍ଗଲରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ନେଇ ଖବର ପ୍ରସାରଣ ପରେ ବନ ବିଭାଗର ନିଦ ଭାଙ୍ଗିଛି । ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ନିଆଁ ମାଡି ଯାଉଥିବାବେଳେ ବିଳମ୍ବରେ ହେଲେ ମଧ୍ୟ ବନ ବିଭାଗର କର୍ମଚାରୀ ଜଙ୍ଗଲରେ ପଶି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି ।
ଇଟିଭି ଭାରତ ପ୍ରଭାବ: ଗୋଇ ଜଙ୍ଗଲରେ ନିଆଁ ଲିଭାଉଛି ବନ ବିଭାଗ
ମାଲକାନଗିରି ଗୋଇ ଜଙ୍ଗଲରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ନେଇ ଖବର ପ୍ରସାରଣ ପରେ ବନ ବିଭାଗର ଜନସଚେତନତା । ଅଧିକ ପଢନ୍ତୁ...
ମଙ୍ଗଳବାର ଏନେଇ ଚାଲାଣଗୁଡାଠାରେ ଏକ ନିଆଁ ଲିଭା ଏବଂ ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଚାଲାଣଗୁଡାରେ ଏକ ବିରାଟ ରାଲି କରାଯାଇ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା, ବନ୍ୟଜନ୍ତୁ ଶିକାର ନ କରିବା, ଜଙ୍ଗଲରୁ ଗଛ ହାଣି ଘରକୁ ନ ଆଣିବା ଭଳି ବିଭିନ୍ନ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ଏପରିକି ଲୋକଙ୍କୁ ବୁଝାଇବା ପାଇଁ ପଥପ୍ରାନ୍ତ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଯାହାଫଳରେ ଲୋକେ ସଚେତନ ହୋଇ ଆଗକୁ ଜଙ୍ଗଲରେ ନିଆଁ ଲଗାଇବେ ନାହିଁ । ଆଗକୁ ଆଦିବାସୀଙ୍କ ଚଇତ ପରବ ରହିଥିବାରୁ ଆଦିବାସୀ ସମ୍ପ୍ରଦାୟ ଲୋକେ ଜଙ୍ଗଲକୁ ଜନ୍ତୁ ଶିକାର କରିବାକୁ ଯାଇଥାନ୍ତି । ତେଣୁ ଏହାକୁ କିପରି ରୋକ ଲଗାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ନିଜ ଜଙ୍ଗଲରେ ଉନ୍ନତି ନିଜେ ହିଁ କରିପାରିବା ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ଆୟୋଜିତ ସଭାରେ ଲୋକମାନଙ୍କୁ କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିିଭି ଭାରତ