ଓଡିଶା

odisha

ETV Bharat / state

ଜଳ ତାଣ୍ଡବରେ ଉବୁଟୁବୁ ମାଲକାନଗିରି - ବନ୍ୟାପାଣିରେ ଉଟୁବୁଟୁ ମାଲକାନଗିରି

ମାଲକାନଗିରି ଜିଲ୍ଲାରେ ବନ୍ୟା ବିତ୍ପାତ । ଲଗାଣ ବର୍ଷା ପାଇଁ ଜିଲ୍ଲାରେ ପୁଣିଥରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଜିଲ୍ଲାର ଅନେକ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ଜୟପୁର, ମୋଟୁ, କାଲିମେଳା, ପଡିଆ, କୋରୁକୋଣ୍ଡା ଓ ବାଲିମେଳା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଡିଜାଇନ ଫଟୋ

By

Published : Aug 7, 2019, 10:27 PM IST

ମାଲକାନଗିରି: ବନ୍ୟାପାଣିରେ ଉଟୁବୁଟୁ ମାଲକାନଗିରି ଜିଲ୍ଲା । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଘର ଦ୍ବାର ସବୁଠି ରାଜ କରୁଛି ବନ୍ୟାପାଣି । ତେବେ ଲଗାଣ ବର୍ଷା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ସମସ୍ତ ନଦୀ ବିପଦ ସଙ୍କେତ ଉପର ରହିଥିବା ବେଳେ ପାଙ୍ଗାମା, କାଙ୍କୁରୁକୋଣ୍ଡା, ପୋଟେରୁ ଓ ଏମ.ଭି -37 ସବୁଠି 5ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏପଟେ ବନ୍ୟାଜଳ ପ୍ରବାହିତ ଯୋଗୁଁ ମାଲକାନଗିରିରୁ ଜୟପୁର, ମୋଟୁ, କାଲିମେଳା, ପଡିଆ, କୋରୁକୋଣ୍ଡା ଓ ବାଲିମେଳା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏପରିକି 326 ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଟକି ରହିଛି ଅନେକ ଗାଡି ।

ତେବେ ପୋଟେର ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଆଜି OTET ପରିକ୍ଷାର୍ଥୀ ପାଣିରେ ଫସି ରହିଥିଲେ । ପରେ ଓଡ୍ରାଫ ଟିମ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହ ଏକ ଯାତ୍ରୀବାହୀ ବସ୍ ଫସି ରହିବାରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବଦଲୀ ପଞ୍ଚାୟତରେ ରଖାଯାଇଛି । ସେଠାରେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଅନ୍ୟପଟେ ପରିସ୍ଥିତି ଉପରେ ନଜର ରଖିବା ଲାଗି ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବନ୍ୟାର ମୁକାବିଲା କରିବା ଲାଗି ୪ ଟି ଅଗ୍ନିଶମ ଓ ଗୋଟିଏ ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । ସମ୍ବେଦନଶୀଳ ସ୍ଥାନରେ ରିଲିଫ ସାମଗ୍ରୀ ପହଞ୍ଚା ଯାଇଥିବା ବେଳେ ସ୍କୁଲ କଲେଜକୁ ଛୁଟି ଘୋଷଣା ମଧ୍ୟ ରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details