ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗରି ଜିଲ୍ଲାର ବିଭିନ୍ନ ନଦୀରେ ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । କାଙ୍କୁରୁକୋଣ୍ଡା, ପୋଟେରୁ, କୋରୁକୋଣ୍ଡା, ପାଙ୍ଗମ ଓ ଏମ.ଭି.୩୭ ନଦୀ ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି ।
ଫଳରେ ମାଥିଲି, କାଲିମେଳା, ପଡିଆ ଓ କୋରୁକୋଣ୍ଡା ବ୍ଲକର ଅନେକ ଅଞ୍ଚଳ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମାଲକାନଗିରିଠାରୁ ଜୟପୁରକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜ ପଥର ଦୁଇ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଯାନ ବାହାନ ଆଉ ଏହାର ମଝିରେ ପ୍ରବାହିତ ହେଉଛି ବନ୍ୟା ପାଣି ।