ମାଲକାନଗିରି: ହୁତୁହୁତୁ ହୋଇ ଜଳୁଛି ମାଲକାନଗିରିର ଅନେକ ଜଙ୍ଗଲ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ବ୍ୟାପିବାରେ ଲାଗିଛି ନିଆଁ । ମାଲକାନଗିରି ସଦରରୁ ମାତ୍ର 7 ରୁ 8 କିଲୋମିଟର ଦୂରରେ ଥିବା ଚାଲାଣଗୁଡା ଓ ତଣ୍ଡିକି ଗ୍ରାମ ନିକଟରେ ଗୋଟିଏ ପାହାଡ଼ରୁ ଅନ୍ୟ ଗୋଟିଏ ପାହାଡ଼କୁ ନିଆଁ ଲାଗି ପ୍ରାୟ 10 ରୁ 15 ଟି ପାହାଡ଼କୁ ବ୍ୟାପି ସାରିଲାଣି ।
ଜଳୁଛି ମାଲକାନଗିରି ଜଙ୍ଗଲ - ବନ ବିଭାଗ ଚୁପ
ହୁତୁହୁତୁ ହୋଇ ଜଳୁଛି ମାଲକାନଗିରିର ଅନେକ ଜଙ୍ଗଲ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ଲାଗି ପ୍ରାୟ 10 ରୁ 15ଟି ପାହାଡ଼କୁ ବ୍ୟାପି ସାରିଥିବା ବନ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
ଜଳୁଛି ମାଲକାନଗିରି ଜଙ୍ଗଲ, ବନ ବିଭାଗ ଚୁପ
ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗର ଟିମ୍ ଗୁଡିକ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ବନ କର୍ମଚାରୀମାନେ ଦିନ ରାତି ଏକ କରି ନିଆଁକୁ ଲିଭାଉ ଥିବା ବନ ବିଭାଗ କହୁଥିବା ବେଳେ ନିଆଁ ଲିଭିବାର ନା ନେଉନି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ