ଓଡିଶା

odisha

ETV Bharat / state

ଜେଲ ଭିତରେ ନିଶା କାରବାର: କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ମହିଳା ୱାର୍ଡର ନିଲମ୍ବିତ

କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ନିଲମ୍ବିତ ହେଲେ ମହିଳା ୱାର୍ଡର । ମାଲକାନଗିରି ଜିଲ୍ଲା ଉପ କାରାଗାରରେ ମହିଳା ୱାର୍ଡରେ ନିଶା କାରାବର ସମ୍ପୃକ୍ତ ଥିବା ମହିଳା ୱାର୍ଡରଙ୍କୁ ଜେଲ ଅଧିକ୍ଷକ ଚାକିରୀରୁ ନିଲମ୍ବିତ କରିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

By

Published : Nov 1, 2022, 9:21 AM IST

ଜେଲ ଭିତରେ ନିଶା କାରବାର: କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ନିଲମ୍ବିତ ହେଲେ ମହିଳା ୱାର୍ଡର
ଜେଲ ଭିତରେ ନିଶା କାରବାର: କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ନିଲମ୍ବିତ ହେଲେ ମହିଳା ୱାର୍ଡର

ମାଲକାନଗିରି: କଏଦୀଙ୍କୁ ଗୁଟ୍‌ଖା ଯୋଗାଇ ନିଲମ୍ବିତ ହେଲେ ମହିଳା ୱାର୍ଡର । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଉପ କାରାଗାରରେ । ଜେଲ ଭିତରେ ମହିଳା ୱାର୍ଡରେ ନିଶା କାରାବର ସମ୍ପୃକ୍ତ ଥିବା ମହିଳା ୱାର୍ଡରଙ୍କୁ ଜେଲ ଅଧିକ୍ଷକ ଚାକିରୀରୁ ନିଲମ୍ବିତ କରିଥିବା ଜଣାପଡିଛି ।

ନିଶାମୁକ୍ତ ଭାରତ ଗଠନର ନାରା ଦିଆ ଯାଉଥିବା ବେଳେ କାରାଗରର ଅନ୍ଧାର କୋଠରୀରେ ନିଶା କାରାବର ନଜରକୁ ଆସିଛି । ବେଆଇନ ଭାବରେ ବହୁଦିନରୁ ମାଲକାନଗିରି ଜିଲ୍ଲା ଉପ କାରାଗାରର ମହିଳା ୱାର୍ଡରେ ଖଇନି, ଗୁଟ୍‌ଖା ବେଆଇନ ମାଦକ ଦ୍ରବ୍ୟ ବ୍ୟବହାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଜେଲ ଅଧିକ୍ଷକ ସଞ୍ଜୟ କୁମାର ବର୍ମା ଯାଞ୍ଚ ଚଳାଇଥିଲେ । ମହିଳା ୱାର୍ଡ ଡିୟୁଟିରେ ଥିବା ମହିଳା ୱାର୍ଡର ରିତା ମାଣ୍ଡିଆ ରବିବାର ହାତରେ ଏକ ବ୍ୟାଗରେ କିଛି ସାମଗ୍ରୀ ନେଇ ୱାର୍ଡକୁ ଯାଉଥିବାର ଜେଲ ଅଧିକ୍ଷକ ସିସିଟିଭିରେ ଦେଖିଥିଲେ ।

ସେ ସଙ୍ଗେ ସଙ୍ଗେ ମହିଳା ୱାର୍ଡରେ ପହଞ୍ଚି ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରୁ ୨୦ ପ୍ୟାକଟ ଖଇନି ଗୁଟ୍‌ଖା ଥିବାର ଦେଖିବାକୁ ପାଇଥିଲେ । ଏତେ ପରିମାଣର ମାଦକ ଦ୍ରବ୍ୟ ଜେଲ ଭିତରକୁ ଆଣିବା ନେଇ ସଠିକ ଉତ୍ତର ୱାର୍ଡର ରଖିପାରିନଥିଲେ । ବେଆଇନ ଭାବେ ଜେଲ ଭିତରକୁ ମାଦକ ଦ୍ରବ୍ୟ ନେବା ଅଭିଯୋଗରେ ମହିଳା ୱାର୍ଡର ରିତା ମାଣ୍ଡିଆଙ୍କୁ ନିଲମ୍ବିତ କରିବା ସହିତ ଏସମ୍ପର୍କରେ ଜେଲ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଜେଲ ଭିତରକୁ କୌଣସି ନିଶା ଦ୍ରବ୍ୟ ଯେପରି ନଆସିବ ସେଥିପ୍ରତି କଡା ସୁରକ୍ଷା ସହିତ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରିଦିଆ ଯାଇଛି ବୋଲି ଜେଲ ଅଧିକ୍ଷକ ସଞ୍ଜୟ କୁମାର ବର୍ମା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details