ମାଲକାନଗିରି: ରାଜରାସ୍ତାରେ ମାଲକାନଗିରି ଚାଷୀ । ଟୋକେନ୍ ନ ମିଳିବା, ଧାନର ଉପଯୁକ୍ତ ମୂଲ୍ୟ ନମିଳିବା ସହ ମିଲରଙ୍କ କଟନୀ ଚଟନୀ ଭଳି ବହୁ ସମସ୍ୟାକୁ ନେଇ ଚାଷୀ ଉତ୍ତେଜିତ ହୋଇ ଗୁରୁବାର ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ବନ୍ଦ କରିଛନ୍ତି ।
ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତାରୋକ - ଧାନ ମଣ୍ଡି ସମସ୍ୟା
ରାସ୍ତାରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିମେଳା ଓ ମାଲକାନଗିରିକୁ ଯାତାୟତ ବନ୍ଦ ରହିଛି । ଅଧିକ ପଢନ୍ତୁ...
ଧାନ ମାଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତା ରୋକ
ରାସ୍ତାରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିମେଳା ଓ ମାଲକାନଗିରିକୁ ଯାତାୟତ ବନ୍ଦ ରହିଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଅସୁବିଧା । ତେଣୁ ସରକାର ତୁରନ୍ତ ମାଲକାନଗିରି ଜିଲ୍ଲାର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଜିଲ୍ଲା କୃଷକ ମହା ସଂଘ ଧମକ ଦେଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ