ଓଡିଶା

odisha

ETV Bharat / state

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ମାଲକାନଗିରି ବାଲିମେଳା ପୋଲିସ 3 ବଟି ଆଦାୟକାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ
ନକଲି ପୋଲିସକୁ ଧରିଲା ଅସଲି ପୋଲିସ

By

Published : Dec 28, 2019, 4:17 PM IST

ମାଲକାନଗିରି: ଜିଲ୍ଲାର ବାଲିମେଳା ପୋଲିସ ହାତରେ 3 ବଟି ଆଦାୟକାରୀ । ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ବଟି ଆଦାୟ କରୁଥିବା ବେଳେ ଗିରଫ କରିଛି ଜିଲ୍ଲା ପୋଲିସ ।

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କତାପାଲ୍ଲୀ ଗ୍ରାମର ଆନନ୍ଦ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ସେ ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ବେପାର କରୁଛନ୍ତି ବୋଲି କହି ତାଙ୍କୁଠାରୁ ଏମାନେ ଏକ ଲକ୍ଷ 10ହଜାର ଟଙ୍କା ଜୋର ଜବରଦସ୍ତ ଦେବା ପାଇଁ ବାଧ୍ୟ କରିଥିଲେ । ଆନନ୍ଦ ପାଙ୍ଗି ତାଙ୍କୁ ଡିସେମ୍ବର 8 ତାରିଖରେ 10 ହଜାର ଟଙ୍କା ଦେଇଥିଲେ ଏବଂ ବାକି 1 ଲକ୍ଷ ଟଙ୍କା ଡିସେମ୍ବର 25 ତାରିଖରେ ଦେବେ ବୋଲି କହିଥିଲେ ।

ଏହାପରେ ସେହି ଅଭିଯୁକ୍ତମାନେ 25 ତାରିଖରେ ଟଙ୍କା ମାଗିବାକୁ ଯାଇଥିଲେ କିନ୍ତୁ ଗ୍ରାମବାସୀମାନେ ଏକତ୍ରିତ ହୋଇ ସେମାନଙ୍କୁ କେଉଁ ବିଭାଗରୁ ଆସିଛ ବୋଲି ପଚରାଉଚରା କରିବାରୁ ସେମାନେ ସେଠାରୁ ଛତ୍ରଭଙ୍ଗ ଦେଇ ପଳାଇ ଆସିଥିଲେ। ସେମାନେ ଯାଇଥିବା ବୋଲେରୋର ନମ୍ବରକୁ ଗ୍ରାମବାସୀ ମାନେ ନୋଟ କରି ବାଲିମେଳା ଥାନାରେ ଏତଲା ଦେଇଥିଲେ।

ଏହାପରେ ବାଲିମେଳା ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏହି ଅଭିଯୁକ୍ତମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗ୍ରାମର ସୁଜନ ମଜୁମଦାର, ମାରିବେଡା ଗ୍ରାମର ଜଗନ୍ନାଥ ମଣ୍ଡଳ ଓ ଅନ୍ୟଜଣେ ଏମ.ଭି-23 ଗ୍ରାମର ବିଦୁ ସାହା ।

ପୋଲିସ ଏମାନଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details