ଓଡିଶା

odisha

ETV Bharat / state

ETV Bharat Impact: ହୁକ୍‌ ପକାଇ ବିଦ୍ୟୁତ୍ ଚୋରି ଘଟଣା, ଜେଲ୍ ସୁପରିଟେଣ୍ଡଙ୍କୁ ଲାଗିଲା ୬ଲକ୍ଷ ୨୯ହଜାର ଜରିମାନା - ମାଲକାନଗିରି ଉପକାରାଗାରରେ ହୁକ୍ ପକାଇ ବିଦ୍ୟୁତ ଚୋରି

ମାଲକାନଗିରି ଉପକାରାଗାରରେ ହୁକ୍ ପକାଇ ବିଦ୍ୟୁତ ଚୋରି କରାଯାଉଥିବା ଖବର ପ୍ରସାରଣ କରିଥିଲା ଇଟିଭି ଭାରତ । ଏହାପରେ ଉପକାରାଗାର କର୍ତ୍ତୃପକ୍ଷଙ୍କୁ ଜରିମାନା ବାବଦକୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ କରିବା ପାଇଁ ଜୟପୁର ଟିପିଏସ୍ଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀ ଚିଠି କରିଛନ୍ତି । ଅଧିକ ପଢ଼ନ୍ତୁ

ଜେଲ୍ ସୁପରିଟେଣ୍ଡଙ୍କୁ ଲାଗିଲା ୬ ଲକ୍ଷ ୨୯ ହଜାର ଜରିମାନା
ଜେଲ୍ ସୁପରିଟେଣ୍ଡଙ୍କୁ ଲାଗିଲା ୬ ଲକ୍ଷ ୨୯ ହଜାର ଜରିମାନା

By

Published : Jun 13, 2023, 8:19 PM IST

ଜେଲ୍ ସୁପରିଟେଣ୍ଡଙ୍କୁ ଲାଗିଲା ୬ ଲକ୍ଷ ୨୯ ହଜାର ଜରିମାନା

ମାଲକାନଗିରି: ହୁକ୍ ପକାଇ ବିଦ୍ୟୁତ ଚୋରି କରିବା ମାଲକାନଗିରି ଉପକାରାଗାର କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଉପକାରାଗାର କର୍ତ୍ତୃପକ୍ଷଙ୍କୁ ଲାଗିଛି ବଡ଼ ଝଟ୍‌କା । ଜରିମାନା ବାବଦକୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ପୈଠ କରିବା ପାଇଁ ଜୟପୁର ଟିପିଏସ୍ଓଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀ ଉପକାରାଗାର କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି । କେବଳ ଜରିମାନା ନୁହେଁ, ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ମଧ୍ୟ ଚିଠି କରାଯାଇଛି । ଜେଲ୍‌ରେ ବିଦ୍ୟୁତ୍ ଚୋରି ଘଟଣାଟି ପ୍ରଥମେ ଇଟିଭି ଭାରତ ପ୍ରସାରଣ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚୋରା ବିଦ୍ୟୁତରେ ଚାଲିଛି ମାଲକାନଗିରି ଉପ କାରାଗାର

ସୂଚନା ଅନୁଯାୟୀ, ଉପକାରାଗାରରେ ୨୦ କିଲୋୱାଟ୍ ବିଦ୍ୟୁତ ବ୍ୟବହାର ପାଇଁ ନିୟମ ରହିଛି । କିନ୍ତୁ ୨୦ କିଲୋୱାଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇ ସରକାରଙ୍କ ଟିକସ ଫାଙ୍କିବା ପାଇଁ କର୍ତ୍ତୃପକ୍ଷ ଯୋଜନା କରିଥିବା କୁହାଯାଉଛି । ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ଅନ୍ୟବାଟରେ କାରାଗାର ଭିତରକୁ ବିଦ୍ୟୁତ ନେଇଥିଲେ । ନିୟମ ଅନୁସାରେ କିଛି ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ଚୋରାରେ ମଧ୍ୟ ବିଦ୍ୟୁତ ବ୍ୟବହାର କରୁଥିଲେ । ସେଥିରେ ଲାଇଟ୍ ଠାରୁ ଆରମ୍ଭ କରି ଫ୍ୟାନ୍, ଏସି ଆଦି ବ୍ୟବହାର କରାଯାଉଥିଲା । ଏନେଇ ଇଟିଭି ଭାରତରେ ପ୍ରକାଶ ପାଇବା ପରେ ଓଟିପିଏସ୍‌ଡିଏଲ୍ ଭିଜିଲାନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ସେଲ୍ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ୍ ଗତ ୧୮ ତାରିଖ ମାଲକାନଗିରି ଉପକାରଗାର ଭିତରେ ଯାଞ୍ଚ କରିଥିଲେ । ଉପକାରାଗାର କର୍ତ୍ତୃପକ୍ଷ ହୁକ୍ ପକାଇ ବିଦ୍ୟୁତ ବ୍ୟବହାର କରୁଥିବା ନେଇ ଏନଫୋର୍ସମେଣ୍ଟ ଟିମ୍ ଦେଖିବାକୁ ପାଇଥିଲେ । ଉପକାରାଗାରରେ ଚୋରାରେ ୧୫.୨୫ କିଲୋୱାଟ ବିଦ୍ୟୁତ ବ୍ୟବହାର କରୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଚେତିଲା ପ୍ରଶାସନ: ଜେଲରେ ଚୋରା ବିଦ୍ୟୁତ ଘଟଣା, ସ୍ଥିତି ପରଖିଲା ଭିଜିଲାନ୍ସ ଟିମ୍‌

ଏନେଇ ଉପକାରାଗାର ସୁପରିଟେଣ୍ଡଙ୍କୁ ୬ ଲକ୍ଷ ୨୯ ହଜାର ୧୪୦ ଟଙ୍କା ଜରିମାନା ଦେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏଥିସହ ଚିଠି ପାଇବାର ୭ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କାରାଗାର ଅଧିକ୍ଷକଙ୍କୁ ଚିଠି କରାଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଏନଫୋର୍ସମେଣ୍ଟ ପକ୍ଷରୁ ଚିଠିଟି ଗତମାସ ମେ ୨୨ ତାରିଖରୁ କରାଯାଇଛି । ଏଥିମଧ୍ୟରେ ୨୧ ଦିନ ବିତିଯାଇଥିବା ପରେ ଚିଠିଟି ସର୍ବସମ୍ମୁଖକୁ ଆସିଛି । ଏହି ଘଟଣା ବାବଦରେ ବିଦ୍ୟୁତ୍ ବିଭାଗ ଅଧିକାରୀ ମୁହଁ ଖୋଲିନଥବା ବେଳେ ବିଦ୍ୟୁତ୍ ବିଭାଗର ଭିଜିଲାନ୍ସ ଏନଫୋର୍ସମେଣ୍ଟ ଅଧିକ୍ଷଣ ଯନ୍ତ୍ରୀ (ଜୟପୁର୍) ସଞ୍ଜୟ ବର୍ମା କହିଛନ୍ତି, "ଏହିଚିଠି କୋରାପୁଟ ସେଣ୍ଟ୍ରାଲ ଜେଲ୍ ଅଫିସ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି । କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।" ସେଥିପାଇଁ ପୁନର୍ବାର ନୋଟିସ୍ କରାଯିବ କହିଛନ୍ତି ଏନଫୋର୍ସମେଣ୍ଟ ଅଧିକ୍ଷଣ ଯନ୍ତ୍ରୀ । କିନ୍ତୁ ଏହି ଚିଠିଟି ଏବେ ମୋବାଇଲରୁ ମୋବାଇଲ୍ ଘୁରି ବୁଲିବାପରେ ଘଟଣାଟି ସାମ୍ନାକୁ ଆସିଛି । ପ୍ରକାଶ ଥାଉ କି, ଜେଲ୍‌ରେ ବିଦ୍ୟୁତ୍ ଚୋରି ଘଟଣାଟି ପ୍ରଥମେ ଇଟିଭି ଭାରତ ପ୍ରସାରଣ କରିଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details