ଓଡିଶା

odisha

By

Published : Dec 30, 2020, 5:49 PM IST

ETV Bharat / state

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି ଡିଆର୍‌ଜି ଯବାନ ଗୁରୁତର

ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତାକାମ ଚାଲୁଥିବାବେଳେ ସୁରକ୍ଷା ଦାୟିତ୍ବାରେ ଥିବା ଡିଆର୍‌ଜି ଯବାନ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

landmine blast in  bijapur of chatishgarh
ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି ଯବାନ ଗୁରୁତର ଆହତ

ମାଲକାନଗିରି: ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର । ବୁଧବାର ସକାଳେ ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଡିଆର୍‌ଜି ଯବାନ ଗୁରୁତର ଆହତ ହୋଇଛନ୍ତି ।

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି ଯବାନ ଗୁରୁତର ଆହତ

ସୂଚନା ଅନୁସାରେ ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ବୁରୁଜି ଏବଂ ପୁସନାର ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତା ନିର୍ମାଣକାରୀଙ୍କୁ ସୁରକ୍ଷା ଦେବା ନିମନ୍ତେ ସେଠାରେ ଡିଆର୍‌ଜି ଯବାନ ଏବଂ ବିଏସଏଫ୍‌ ଯବାନମାନଙ୍କୁ ମୁତୟନ କରାଯାଇଛି । ଆଜି ସକାଳ ପ୍ରାୟ ୯ଟା ବେଳେ ରାସ୍ତା ତିଆରି କାମ ଚାଲିଥିବା ବେଳେ ପୂର୍ବରୁ ରାସ୍ତା କଡ଼ରେ ନକ୍ସଲ୍‌ମାନେ ଖଞ୍ଜିଥିବା ଲ୍ୟାଣ୍ଡ୍‌ମାଇନ୍‌ଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ସୁରକ୍ଷା ପ୍ରଦାନକାରୀ ଯବାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିଲେ ।

ସେପଟେ ତୁରନ୍ତ ଚିକିତ୍ସା ନିମନ୍ତେ ଉକ୍ତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହା ପରେ ଯବାନମାନେ ସେହି ଅଞ୍ଚଳକୁ ଘେରି ଜୋରଦାର୍‌ ତଲାସ ଜାରି ରଖିଥିବା ଏସ୍‌ପି କମଳଲୋଚନ କଶ୍ୟପ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details