ଓଡିଶା

odisha

ETV Bharat / state

ଜଳିଗଲା କାର, ଡାକ୍ତରାଣୀ ଓ ଡ୍ରାଇଭର ଗୁରୁତର

ଗୁରୁତର ଡାକ୍ତରାଣୀ ଜଣକ ହେଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସୁଷମା ବେହେରା । ସେ ମାଲକାନଗିରିରୁ ଭୁବନେଶ୍ବର ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

By

Published : Mar 26, 2019, 3:22 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି


ମାଲକାନଗିରି: ସଡକ ଦୁର୍ଘଟଣାରେ ଜଳିଗଲା ଡାକ୍ତରାଣୀଙ୍କ କାର । କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ହୁତୁହୁତୁ ହୋଇ ଜଳିଉଠିଥିଲା । ମାଲକାନଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଡାକ୍ତରାଣୀ ଓ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ସୂଚନା ଅନୁସାରେ, ଗୁରୁତର ଡାକ୍ତରାଣୀ ଜଣକ ହେଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସୁଷମା ବେହେରା । ସେ ମାଲକାନଗିରିରୁ ଭୁବନେଶ୍ବର ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମାଲକାନଗିରି ଓ ଜୟପୁର ମଝିରେ ଥିବା ଗୋବିନ୍ଦପାଲି ଘାଟିରେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ସହ ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ସହ ପିଟି ହୋଇଥିଲା । ଯାହାଫଳରେ ହଠାତ କାରରେ ନିଆଁ ଲାଗିଯାଇଥିଲା ।

ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details