ଓଡିଶା

odisha

By ETV Bharat Odisha Team

Published : Jan 4, 2024, 7:29 PM IST

ETV Bharat / state

'ନୂଆ ଓ' କାର୍ଯ୍ୟକ୍ରମକୁ ପ୍ରହସନ କହି ବର୍ଷିଲା କଂଗ୍ରେସ

Congress Targets State Govt: ଯୁବପିଢିଙ୍କ ପ୍ରତିଭାର ବିକାଶ ପାଇଁ 'ନୂଆ ଓ' ତଥା 'ଯୁବ ଓଡ଼ିଶା ନବୀନ ଓଡ଼ିଶା' ଭଳି କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

congress slams state govt
ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ମାଲକାନଗିରି: ରାଜ୍ୟ ସରକାରଙ୍କ 'ନୂଆ ଓ' କାର୍ଯ୍ୟକ୍ରମକୁ ପ୍ରହସନ ବୋଲି କହିଲା କଂଗ୍ରେସ । ଯୁବପିଢିଙ୍କ ପ୍ରତିଭାର ବିକାଶ ପାଇଁ 'ନୂଆ ଓ' ତଥା 'ଯୁବ ଓଡ଼ିଶା ନବୀନ ଓଡ଼ିଶା' ଭଳି କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ । ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାରଙ୍କ 'ନୂଆ ଓ' କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିପାଇଁ ବିଶାଳ ଆୟୋଜନ କରାଯାଇଥିଲା । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ହଜାର ହଜାର ପିଲାଙ୍କୁ ବସ ଓ ବିଭିନ୍ନ ଗାଡି ଯୋଗେ ଅଣାଯାଇଥିଲା। ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି,"ଏହି କାର୍ଯ୍ୟକ୍ରମ କେବଳ ଯୁବପିଢିଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ କରାଯାଇଛି । ଯେଉଁଥିପାଇଁ ରାଜ୍ୟ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଜିଲ୍ଲାରେ ଆଜି ମଧ୍ୟ ଯୁବପିଢି ରୋଜଗାର ଅନ୍ଵେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ରାଜ୍ୟ ସରକାର ଲାଗୁ କରିପାରୁନଥିବାରୁ ଯୁବପିଢି ଚାକିରି ଖଣ୍ଡିଏ ପାଇବା କଷ୍ଟକର ହୋଇପଡିଛି । ଏହାବ୍ୟତୀତ ଜିଲ୍ଲାରେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଏଡ କଲେଜ ଆଜି ଯାଏଁ କାର୍ଯ୍ୟକ୍ଷମ ନ ହୋଇ ଭୁତକୋଠିରେ ପରିଣତ ହେବାକୁ ଲାଗିଛି । ଯାହା ଫଳରେ ସରକାରୀ ଅର୍ଥ ପାଣିରେ ପଡିଥ‌ିବାବେଳେ ଯୁବପିଢି ବିଏଡ ଶିକ୍ଷାରୁ ମଧ୍ୟ ବଞ୍ଚିତ ଅଛନ୍ତି । ଏପରିକି ଜିଲ୍ଲାରେ ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ଥିବା କ୍ରୀଡା ଛାତ୍ରବାସକୁ ମଧ୍ୟ ସରକାର ବନ୍ଦ କରିଦେଇଛନ୍ତି । ଏହି ଛାତ୍ରାବାସରୁ ଅନେକ କ୍ରୀଡାବିତ ରାଜ୍ୟ ଓ ଜାତୀୟ ସ୍ତରରେ ଗୌରବ ଆଣିଥିଲେ । ଏହି କେନ୍ଦ୍ର ବନ୍ଦ ହେବାରୁ ଯୁବପିଢି କ୍ରୀଡାରୁ ମୁହଁ ଫେରେଇ ନେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ମାଲକାନଗିରିରେ 'ଯୁବ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ

"ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନସୁଦ୍ଧା ଅନେକ ବିଦ୍ୟାଳୟର ନିଜସ୍ୱ ପକ୍କା ଗୃହ ନାହିଁ । ଫଳରେ ପିଲାମାନେ ଖରା, ବର୍ଷାକୁ ଆଦରି ପାଠ ପଢୁଥିବା ବେଳେ ରାଜ୍ୟ ସରକାର 'ନୂଆ ଓ' ମାଧ୍ୟମରେ ପଣି ପରି ଖର୍ଚ୍ଚ କରୁଥିବା ଅର୍ଥକୁ ଏହି ଦିଗରେ ଖର୍ଚ୍ଚ କଲେ ଜିଲ୍ଲାରେ ଯୁବପିଢିଙ୍କ ପ୍ରକୃତ ବିକାଶ ହୋଇ ପାରନ୍ତା" ବୋଲି କହିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details