ଓଡିଶା

odisha

ETV Bharat / state

ଗାଁକୁ ଗଲେ ମରିବୁ, ଦୁଃଖକୁ ନେଇ ସହରରେ ସଢ଼ିବୁ

ଅଘୋଷିତ ଭୟ, ଆତଙ୍କିତ ମନ । ଆଉ ଯୋଜନାର କେବଳ ନାଁ ଶୁଣିଥିବା ଶତାଧିକ ଲୋକ ।

By

Published : Feb 6, 2019, 3:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି: ଅଘୋଷିତ ଭୟ, ଆତଙ୍କିତ ମନ । ଆଉ ଯୋଜନାର କେବଳ ନାଁ ଶୁଣିଥିବା ଶତାଧିକ ଲୋକ । ମାଲକାନଗିରିର ଦଣ୍ଡିପଦର,କମରପଲ୍ଲୀ,ମୁଣ୍ଡାଗୁଡ଼ା ଓ ଗୋଲିଆଗୁଡା ଗାଁର ଅନେକ ଆଦିବାସୀ ପରିବାର ନକ୍ସଲଙ୍କ ଭୟରେ ଛାଡିଛନ୍ତି ଭିଟାମାଟି ।


ଆଉ ଏବେ ସହରର ଏକ ମୁଣ୍ଡିଆରେ ଏମାନଙ୍କୁ ଥଇଥାନ କରାଯାଇଛି। ହେଲେ ନାମକୁ କେବଳ ଆଶ୍ରୟ ଦିଆଯାଇଥିବାବେଳେ ରାସ୍ତାଘାଟ,ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ ।
ପୂର୍ବରୁ ନଜିର ରହିଛି ଗାଁକୁ ଫେରିଥିବା ଆଦିବାସୀଙ୍କୁ ହତ୍ୟା କରିଛନ୍ତି ଲାଲବାହିନୀ । ଗାଁକୁ ଗଲେ କେତେବେଳେ ଯେ ନକ୍ସଲଙ୍କ ଗୁଳିରେ ଟଳି ପଡିବେ ସେ କଥା ବେଶ ଭଲଭାବେ ଏମାନେ ବୁଝିଛନ୍ତି ।ସେଥିପାଇଁ ଅଭାବ ଅସୁବିଧାର ଗଣ୍ଠିଲିକୁ ଧରି ସେମିତି ସଢ଼ିବାକୁ ବାଧ୍ୟ ହେଉଛନ୍ତି ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ଅନେକ ଗ୍ରାମର ଗ୍ରାମବାସୀ ।


ପ୍ରଶାସନ ଭରସାରେ ଦିନେ ଜଙ୍ଗଲ ରାସ୍ତାରେ ୧୦୦ କିଲୋମିଟର ଏମାନେ ଚାଲିଆସିଥିଲେ। ହେଲେ ଏବେ ମନରେ ଉଠୁଛି କେବଳ ଗୋଟିଏ କଥା । ବୋଧେ ଅଣଦେଖାଠାରୁ ଢେର ଭଲ ଲାଲବାହିନୀର ଗୁଳି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ିଙ୍କ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details