ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ - mkg

ଚିକିତ୍ସା ଅବହେଳାରୁ ଜଣେ ଦେଢ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିର ଖଇରପୁଟ ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 6, 2019, 11:27 AM IST

ମାଲକାନଗିରି: ଜିଲ୍ଲାର ଖଇରପୁଟ ବ୍ଲକ ସଦର ମହକୁମା ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦେଢ଼ ବର୍ଷର ଶିଶୁକନ୍ୟା ଜ୍ୟାକ୍ଲିନ କୋବ୍ରାର ମୃତ୍ୟୁ ଘଟିଛି । ଗତକାଲି ରାତିରେ ତା'ର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଏବଂ ସମ୍ପକୀୟ ଅଭିଯୋଗ କରିଛନ୍ତି । ଗତ ସୋମବାର ଶିଶୁଟିର ଦେହ ଖରାପ ହେବାରୁ ତାକୁ ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକେ । ସେଟାରେ ଡାକ୍ତର ଚିକିତ୍ସା କରିବା ବଦଳରେ ଦୁର୍ବ୍ୟବହାର କରି କହିଥିଲେ ଯେ ଏହି ସମୟରେ କଣ ଆଣିବା କଥା । ଏହା କହି ସମ୍ପୃକ୍ତ ଡାକ୍ତର ଜଣକ ନିଜ ମୋବାଇଲରେ ବ୍ୟସ୍ତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସେଠାରେ ଶିଶୁର ସମ୍ପର୍କୀୟ କାକୁତିମିନତୀ ହେଲାପରେ ତା'ର ଚିକିତ୍ସା କରିଥିଲେ । ପରେ ରକ୍ତ ପରୀକ୍ଷା କରିବା ପାଇଁ ପଠାଇ ଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏହା ଯେ ଏ ପର୍ଯ୍ୟନ୍ତ ରକ୍ତ ପରୀକ୍ଷାର ରିପୋର୍ଟ ଆସିନାହିଁ । ପରେ ଯେତେବେଳେ ଶିଶୁର ସମ୍ପର୍କୀୟ ରିପୋର୍ଟ ଆଣିବା ପାଇଁ ଗଲେ ପରେ ଆସ ବୋଲି କହି ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । ଗତ କାଲି ଶିଶୁର ଦେହ ଗୁରୁତର ହୋଇଯାଇଥିଲା ଏବଂ ବିଳମ୍ବିତ ରାତିରେ ଶିଶୁର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସମ୍ପର୍କୀୟ ଏବେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅବହେଳା କରିଥିବାରୁ ଆମ ଶିଶୁର ମୃତ୍ୟୁ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details