ଓଡିଶା

odisha

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Sep 2, 2019, 2:58 PM IST

ଅଗଷ୍ଟ 28ତାରିଖରେ ମାଲକାନଗିରି ଜିଲ୍ଲା ଡାବୁଗୁଡା ଠାରେ ହୋଇଥିବା ମାଓବାଦୀ ଏନକାଉଣ୍ଟରେ ଡିଭିଏଫ ଯବାନ ଜୟରାମ କବାସୀ ଶହୀଦ ହୋଇଥିଲେ । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଛି ମାଲକାନଗିରି ଜିଲ୍ଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଓବାଦୀ ଏନକାଉଣ୍ଟରରେ ଶହୀଦ ହେଲେ ମାଲକାନଗିରିର ଡିଭିଏଫ ଯବାନ ଜୟରାମ କବାସୀ । ତାଙ୍କର ଶହୀଦ ହେବା ପରେ ନିସ୍ତବ୍ଧ ହୋଇଥିଲା ମାଲକାନଗିରି ଜିଲ୍ଲା । ତାଙ୍କର ସ୍ମୁତି ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ ଓ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଅଗଷ୍ଟ28ତାରିଖରେ ମାଲକାନଗିରି ଜିଲ୍ଲା ଡାବୁଗୁଡା ଠାରେ ହୋଇଥିବା ମାଓବାଦୀ ଏନକାଉଣ୍ଟରେ ଡିଭିଏଫ ଯବାନ ଜୟରାମ କବାସୀ ଶହୀଦ ହୋଇଥିଲେ । ଏସପି ହୃଷିକେଶ ଖିଲାରୀ ଯୋଗ ଦେଇ ଡି.ଏନ.କେ ଖେଳ ପଡିଆଠାରେ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ପରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲା ପୋଲିସର ସମସ୍ତ କର୍ମଚାରୀଙ୍କ ସହ ମାଲକାନଗିରିର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଜିଲ୍ଲାର ସମସ୍ତ ସମାଜସେବୀ ସାମିଲ ହୋଇ ବସଷ୍ଟାଣ୍ଡସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇଥିଲେ ।

ସେଠାରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିବାବେଳେ ମାଲକାନଗିରି ଡିଏଫଓ ପ୍ରଦୀପ ମିରସେ ଯୋଗ ଦେଇ ବିର ସହୀଦ ଜୟରାମଙ୍କ ଆତ୍ମବଳି ଚୀର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମଡେଲ ଥାନା ଅଧିକାରୀ ରାମ ନାଗ ପରିଚାଳନା କରିଥିଲେ ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details