ଓଡିଶା

odisha

ETV Bharat / state

ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ନକଲି ଡାକ୍ତରାଣୀ ଫେରାର - ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ନକଲି ଡାକ୍ତରାଣୀଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଥାନାରେ ଅଭିଯୋଗ ପରେ ନକଲି ଡାକ୍ତରାଣୀ ଫେରାର । ଅଧିକ ପଢନ୍ତୁ

ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ
ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

By

Published : Oct 15, 2022, 10:32 PM IST

ମାଲକାନଗିରି: କ୍ବାକଙ୍କ ବଦଳରେ ନକଲି ଡାକ୍ତର ସାଜି ଚିକିତ୍ସା କରୁଥିଲେ ତାଙ୍କ ସ୍ତ୍ରୀ, ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ(Businessman lost his life due to wrong treatment ) । ନକଲି ଡାକ୍ତରାଣୀଙ୍କ ଚିକିତ୍ସା ପରେ ଦାନ୍ତରୁ ରକ୍ତ ସ୍ରାବ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ମୃତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ତପନ ପାଲ । ଏଭଳି ଘଟଣା ପରେ ନକଲି ଡାକ୍ତରାଣୀ ଫେରାର ହୋଇଯାଇଥିବା ଜଣାପଡିଛି ।

ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଏହା ମଧ୍ୟ ପଢନ୍ତୁ-ଅପରାହ୍ନରେ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର

ମିଳିଥିବା ସୂଚନା ଅନୁଯାୟୀ ତପନ ପାଲ ନାମକ ବ୍ୟବସାୟୀ ଦାନ୍ତ ଚିକିତ୍ସା ପାଇଁ କାଲିମେଳା ବଜାରରେ କ୍ଲିନିକ କରିଥିବା ଜଣେ କ୍ଵାକଙ୍କ ନିକଟକୁ ଯାଇଥିଲେ, ସେଠାରେ କ୍ଵାକ ରବୀନ୍ଦ୍ର ନାଥ ବିଶ୍ୱାସ ଘରେ ନଥିବାରୁ ତାଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ୱାସ ତପନ ପାଲଙ୍କ ଦାନ୍ତ ଉପାଡ଼ି ଦେଇଥିଲେ । ଫଳେ ଭୁଲ ଚିକିତ୍ସା ଯୋଗୁଁ ତପନଙ୍କ ଦାନ୍ତରୁ ଅତ୍ୟଧିକ ରକ୍ତ ସ୍ରାବଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ସମୟ ପରେ ଅଧିକ ରକ୍ତ ସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ବିନା ଡାକ୍ତରୀ ସାର୍ଟିଫିକେଟରେ ଦୀର୍ଘ ବର୍ଷ ହେଲା ରବୀନ୍ଦ୍ର ନାଥ ବିଶ୍ୱାସଙ୍କ ଘରେ ବେଆଇନ ଭାବରେ କ୍ଲିନିକ ଚାଲିଥିଲେ ମଧ୍ୟ ପ୍ରଶାସନ ଚୁପ ହୋଇ ବସିଛି । ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଆଜି ଭୁଲ ଚକିତ୍ସା ଯୋଗୁଁ ବ୍ୟବସାୟୀ ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ ପକ୍ଷରେ ଏହି ଘଟଣା ସମ୍ପର୍କରେ ମୃତ ବ୍ୟବସାୟୀଙ୍କ ପୁଅ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତପନ ପାଲଙ୍କୁ ଚିକିତ୍ସା କରିଥିବା ନକଲି ଡାକ୍ତରାଣୀ ବାସନ୍ତୀ ବିଶ୍ୱାସ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ଏନେଇ ମୃତ ତପନ ପାଲଙ୍କ ପୁତୁରା କହିଛନ୍ତି, ''ମୋ ଦାଦା ତପନ କୁମାର ପାଲଙ୍କ ଦାନ୍ତରେ ଯନ୍ତ୍ରଣା ହେବାରୁ ସେ କାଲିମେଳା ବଜାରରେ କ୍ଲିନିକ କରିଥିବା ଜଣେ କ୍ଵାକଙ୍କ ନିକଟକୁ ଯାଇଥିଲେ, ସେଠାରେ କ୍ବାକ ନଥିବାରୁ ତାଙ୍କ ସ୍ତ୍ରୀ ଦାଦାଙ୍କ ଦାନ୍ତ ଓପାଡିଥିଲେ, ଏହାପରେ ସେ ଗୁରୁତର ହେବାରୁ ତାଙ୍କୁ କାଲିମେଳା ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଦାଦାଙ୍କର ମୃତ୍ୟୁ ହୋଇଥିଲା ।''

ମାଲକାନଗିରି, ଇଟିଭି ଭାରତ

ABOUT THE AUTHOR

...view details