ଓଡିଶା

odisha

ETV Bharat / state

ମାଓ ସମୀକ୍ଷା କଲେ ବିଏସଏଫ ଡିଆଇଜି - ନକ୍ସଲ ମୁକାବିଲା

ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅପରେସନ ଡ଼ିଆଇଜି ଅର୍ଜୁନ ସିଂ ରାଥୋଡ଼ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର

By

Published : Aug 31, 2019, 5:39 PM IST

ମାଲକାନଗିରି: ମାଓ ମୁକାବିଲାର ସମୀକ୍ଷା କଲେ ବିଏସଏଫର ବିଏସଏଫ ଅପରେସନ ଡ଼ିଆଇଜି । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅପରେସନ ଡ଼ିଆଇଜି ଅର୍ଜୁନ ସିଂ ରାଥୋଡ଼ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଚିତ୍ରକୋଣ୍ଡା ସ୍ଥିତ ୮ନଂ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ କରିଥିଲେ ଅର୍ଜୁନ ସିଂ ରାଥୋଡ଼ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିର


ଏହାପରେ ସେ ଆଗାମୀ ଦିନରେ ନକ୍ସଲ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ମାଓବାଦୀ ଗତିବିଧି ନେଇ ବିଏସଏଫର ସମସ୍ତ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହି ସମୀକ୍ଷାରେ ମାଲକାନଗିରି ବିଏସଏଫ ଡ଼ିଆଇଜି ସତବିନ୍ଦର ପାଲ ସିଂ ଓ 4 ଜଣ ବାଟାଲିୟନ ଅଧିକାରୀ ଯୋଗ ଦେଇଥିଲେ।

ଏଥିସହ ୯ନଂ ବାଟାଲିୟନର ଆର.ଏସ.ମିଞ୍ଜ, ୧୫ନଂ କମ୍ପାନୀର ବି.ଶର୍ମା, ୧୬୦ ନଂ କମ୍ପାନିର ଟି.ଆଚାରି ଏବଂ ୮ନଂ କମ୍ପାନୀର ଏ.କେ.ଆରିୟା ଉପସ୍ଥିତ ଥିଲେ।

ଶେଷରେ ଡ଼ିଆଇଜି ବିଛିନ୍ନାଞ୍ଚଳ ସହ MV-79 ଓ ଜିଲ୍ଲାରେ ଥିବା ବିଏସଏଫ କ୍ୟାମ୍ପ ଗୁଡିକ କେତେ ସୁରକ୍ଷିତ ତାହାକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଦେଖିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details