ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଛି । ଜିଲ୍ଲାରେ ଗତ 3-4 ଦିନରୁ ଲାଗିରହିଥିବା ବର୍ଷା ଯୋଗୁଁ ଡ୍ୟାମ ଭାଙ୍ଗିଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପାତ୍ରପୁଟ ଠାରେ ଥିବା ଡ୍ୟାମ ଭାଙ୍ଗିଯାଇଥିବା ଜଣାପଡିଛି ।
ଲଗାଣ ବର୍ଷାରେ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ପାତ୍ରପୁଟ ଠାରେ ଥିବା ଡ୍ୟାମ ଭାଙ୍ଗିଯାଇଥିବା ଜଣାପଡିଛି ।
ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଭାଙ୍ଗିଲା ଡ୍ୟାମ
ସେପଟେ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ନଷ୍ଟ ହୋଇ ଯାଇଛି । ମାଥିଲି ବ୍ଲକର ଚମ୍ପାଝରଣ , ମିଲୁଗୁଡ଼ା ଏଭଳି ବିଭିନ୍ନ ସ୍ଥାନରେ 4 ରୁ ଅଧିକ ଘର ମଧ୍ୟ ଭାଙ୍ଗି ନଷ୍ଟ ହୋଇଯାଇଛି । ଅନ୍ୟପଟେ କମଳାପଦର ନିକଟରେ ଗଛ ପଡି ଯାତାୟତରେ ବାଧାସୃଷ୍ଟି ହୋଇଛି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ