ଓଡିଶା

odisha

ETV Bharat / state

ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡି ଘଟଣା: ୩ ନିଖୋଜଙ୍କ ମୃତଦେହ ଉଦ୍ଧାର

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

By

Published : May 21, 2021, 2:52 PM IST

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା:  ନିଖୋଜ ୩ ଜଣଙ୍କ ମୃତ ଦେହ ଉଦ୍ଧାର
ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା: ନିଖୋଜ ୩ ଜଣଙ୍କ ମୃତ ଦେହ ଉଦ୍ଧାର

ମାଲକାନଗିରି: ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା । ଦୁଇ ଦିନ ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର । ଗତ ଦୁଇ ଦିନ ତଳେ ଏକ ଡଙ୍ଗା ଭାରସାମ୍ୟ ହରାଇ ବୁଡିଯିବା ଫଳରେ ୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ ।

ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା: ନିଖୋଜ ୩ ଜଣଙ୍କ ମୃତ ଦେହ ଉଦ୍ଧାର

ତେବେ ଦୁଇ ଦିନ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ, ଚିତ୍ରକୋଣ୍ଡା ପୋଲିସ, ଓଡ୍ରାଫ ଟିମ୍ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଯୋଗୁଁ ଆଜି ନିଖୋଜ ଥିବା 3 ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ମା’ଓ ଶିଶୁ ସହ ଜଣେ ବୃଦ୍ଧା ନିଖୋଜ ଥିବା କୁହାଯାଉଥିବା ବେଳେ ଆଜି 3 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details