ଓଡିଶା

odisha

ETV Bharat / state

ଭୁଶୁଡିଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରୀ ନିବାସ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ - ଭଞ୍ଜବିହାର ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର ଭଞ୍ଜବିହାର ବିଶ୍ବବିଦ୍ୟାଳୟରେ ବଡ ଧରଣର ଅଘଟଣ । ଦେଖୁ ଦେଖୁ ଭୁଶୁଡି ପଡିଲା ଛାତ୍ରୀ ନିବାସ କାନ୍ଥ । ଅଲ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ । ସମସ୍ତ ଛାତ୍ରୀଙ୍କୁ ନିକଟରେ ଥିବା ଚିଲିକା ହଷ୍ଟେଲକୁ ସ୍ତାନାନ୍ତର କରାଯାଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jul 25, 2019, 4:11 PM IST

Updated : Jul 25, 2019, 6:00 PM IST

ବ୍ରହ୍ମପୁର: ବିଶ୍ବବିଦ୍ୟାଳୟ ପରିସରରେ ରହିଥିବା ଏକ ଛାତ୍ରୀ ନିବାସରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଥିବା ବେଳେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ। ବିଶ୍ବବିଦ୍ୟାଳୟର ତିନି ମହଲା ବିଶିଷ୍ଟ ସାବେରୀ ଛାତ୍ରୀ ନିବାସରେ ଆଜି (ଗୁରୁବାର)ମଧ୍ୟାହ୍ନରେ ହଠାତ ତୃତୀୟ ମହଲାର ପାଇଖାନାକୁ ଲାଗି ରହିଥିବା ଛାତ ଓ କାନ୍ଥ ଭୁଶୁଡ଼ି ପଡିଥିଲା । ଆଉ ଏହି ଘଟଣା ସମୟରେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିବାରୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଛାତ୍ରୀନିବାସରେ ୪୦ଟି କକ୍ଷ ରହିଥିବା ବେଳେ ୧୦୪ ଜଣ ଛାତ୍ରୀ ରହୁଥିଲେ । ହେଲେ ଛାତ୍ରୀମାନେ ସମସ୍ତେ କିଏ କୌଣସି କାର୍ଯ୍ୟରେ ଏବଂ ଶ୍ରେଣୀ କକ୍ଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ କେତେକ ଚାଲିଯାଇଥିବା ବେଳେ କିଛି ଛାତ୍ରୀ ସେଠାରେ ଉପସ୍ଥିତ ରହିଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି ।

ଏହି କୋଠାର କାନ୍ଥ ଅତ୍ୟନ୍ତ ଦୁର୍ବଳ ରହିଥିବା ନେଇ ପୂର୍ବରୁ ଅଭିଯୋଗ କରାଯିବା ସହ କୌଣସି ଦୁର୍ଘଟଣାର ଆଶଙ୍କା ପ୍ରକାଶ କରି ଛାତ୍ରୀମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମରାମତି କିମ୍ବା ସମସ୍ତ ବିଦ୍ୟାର୍ଥୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ହେଲେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଅତ୍ୟନ୍ତ ଖାମଖିଆଲ ଭାବରେ କର୍ଣ୍ଣପାତ ନକରି ଦାୟିତ୍ବହୀନତା ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଘଟଣା ପରେ ଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟର ନୂତନ ଭାବରେ ନିର୍ମିତ ଚିଲିକା ଛାତ୍ରୀ ନିବାସକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ହଷ୍ଟେଲରେ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଅରୁଣଧନ୍ତି ରଥ, କୁଳସଚିବ ରଞ୍ଜନ ବିଶ୍ବାଳ, ଛାତ୍ରୀ ନିବାସର ଅଧିକ୍ଷକ ଡଃ.ପୁଷ୍ପାଞ୍ଜଳୀ ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାକୁ ଅନୁଧ୍ୟାନ କରୁଛନ୍ତି । ସେପଟେ ବିପଦ ସଙ୍କୁଳ ଭାବରେ ରହିଥିବା ଛାତ୍ରୀ ନିବାସରେ କିଭଳି ଛାତ୍ରୀମାନଙ୍କୁ ରଖାଯାଉଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 25, 2019, 6:00 PM IST

ABOUT THE AUTHOR

...view details