ଓଡିଶା

odisha

ETV Bharat / state

ଦୀର୍ଘ 1 ମାସ ପରେ ଯନ୍ତାରେ ପଡିଲା ଜଙ୍ଗଲୀ ଭାଲୁ - Bear captured in cell

ଦୀର୍ଘ 1 ମାସ ଧରି ବନବିଭାଗ ନିଦ ହଜାଇଥିବା ଭାଲୁକୁ କାବୁ କରିଛି ବନ ବିଭାଗ । ମାଲକାନଗିରି ଜିଲ୍ଲା ବାଲିମେଳା ଚିତ୍ରକୋଣ୍ଡା ଛକର ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Sep 11, 2019, 1:28 PM IST

ମାଲକାନଗିରି: ଶେଷରେ ବନ ବିଭାଗ ଯନ୍ତାରେ ପଡିଛି ଜଙ୍ଗଲୀ ଭାଲୁ । ମାଲକାନଗିରି ଜିଲ୍ଲାରେ ଦୀର୍ଘ 1ମାସ ଧରି ଆତଙ୍କ ଖେଳାଇ ବନ ବିଭାଗର ନିଦ ହଜାଇ ଚର୍ଚ୍ଚାରେ ଥିବା ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ବାଲିମେଳା ଚିତ୍ରକୋଣ୍ଡା ଛକ ଅଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଦୁଇରୁ ତିନୋଟି ଭାଲୁ ନିକଟସ୍ତ ଜଙ୍ଗଲରୁ ପ୍ରତିଦିନ ଆସୁଥିଲେ । ଯେଉଁଥିପାଇଁ ସ୍ଥାନୀୟ ବାସିନ୍ଦା ଭୟରେ ରହୁଥିଲେ । ସନ୍ଧ୍ୟା ହେବା ମାତ୍ରେ ଲୋକେ ତାଟି କବାଟ ବାନ୍ଧି ଘରେ ରହୁଥିଲେ । ଏହାକୁ ଦେଖି ବନ ବିଭାଗ ବାଲିମେଳା ଚିତ୍ରକୋଣ୍ଡା ଛକ ନିକଟରେ ଥିବା ଏକ ହୋଟେଲ ନିକଟରେ ଯନ୍ତା ବସାଇଥିଲା । ଗତକାଲି ରାତିରେ ଭାଲୁଟି ପୂର୍ବଥର ପରି ଖାଦ୍ୟ ଅନ୍ବେଷଣରେ ଆସିବାବେଳେ ଯନ୍ତାରେ ପଡିଯିବାରୁ ବନ ବିଭାଗ ଭାଲୁ ଟିକୁ କାବୁ କରିନେଇଛି ।

ତେବେ ଏହି ଭାଲୁକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଭାଲୁ ସହିତ ଅନ୍ୟ ବନ୍ୟ ଜନ୍ତୁ ଛକ ନିକଟକୁ ସନ୍ଧ୍ୟା ହେଲେ ଆସୁଥିବାରୁ ଲୋକମାନେ ଏବେ ବି ଭୟରେ ଜୀବନ କାଟୁଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details