ମାଲକାନଗିରି: ମନୁଷ୍ୟ ସହ ବୃକ୍ଷର ସମ୍ପର୍କ ଅତି ନିବିଡ । ହେଲେ ଆଜି ଯୁଗରେ ଫନି, ଫାଇଲିନ, ହୁଡୁହୁଡୁ ଭଳି ଯେଉଁ ଦୈବି ଦୁର୍ବିପାକ ଦେଖାଦେଉଛି ତାହା ମୂଳରେ ବୃକ୍ଷ ନାଶ ହିଁ ମୁଖ୍ୟ କାରଣ । ତେଣୁ ଏହାକୁ ଭିତ୍ତି କରି ଉପାନ୍ତ ଜିଲ୍ଲା ମାଲକାନଗିରିର ବିଭିନ୍ନ ସ୍ଥାନରେ ସାତଦିନ ଧରି 70 ତମ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନେତୃତ୍ବରେ ସହରର ମୁଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ କର୍ମଚାରୀ ମାନେ ବୃକ୍ଷରୋପଣ କରିଥିଲେ ।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଠାରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗତ ସାତଦିନ ଧରି ମାଲକାନଗିରି ଜିଲ୍ଲାରେ ଚାଲିଥିବା ବନମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି । ସ୍ଥାନୀୟ ନବୋଦୟ ବିଦ୍ୟାଳୟ ସଭାଗୃହରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନମହୋତ୍ସବ ଉଦଯାପନି ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ଏସପି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।