ମାଲକାନଗିରି: ରାଜ୍ୟରେ ଲାଗିରହିଥିବା ଲଗାଣବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରରେ ବିପଦ ସଙ୍କେତ ଛୁଇଁଲା ଜଳସ୍ତର । ଜଳ ନିଷ୍କାସନ ନିମନ୍ତେ ଖୋଲାଗଲା 2ଟି ଗେଟ ।
ବାଲିମେଳା ଜଳଭଣ୍ଡାରର ଖୋଲିଲା 2ଟି ଗେଟ୍ - ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦୁଇଟି ଗେଟ ଖୋଲା
ବାଲିମେଳା ଜଣଭଣ୍ଡାରରୁ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦୁଇଟି ଗେଟ ଖୋଲାଯାଇଛି । ଡ୍ୟାମରୁ 4 ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ମାଲକାନଗିରି
ରାଜ୍ୟରେ ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲିମେଳା ଜଳଭଣ୍ଡାରରେ ଜଳର ପରିମାଣ ବୃଦ୍ଧିପାଇଛି । ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଡ୍ୟାମର 2ଟି ଗେଟ ଖୋଲାଯାଇଛି । ଦୁଇଟି ଗେଟରୁ 4ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବରୁ ମେଡିକାଲ ସମେତ ଅନେକ ଜମି ଜଳ ମଗ୍ନ ହୋଇଥିଲା । ବିପଦପୂର୍ଣ୍ଣ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ