ଓଡିଶା

odisha

ETV Bharat / state

ଜନସମୁଦ୍ର ପାଲଟିଲା ମାଲକାନଗିରି, ଆୟୋଜିତ ହେଲା ବଡଯାତ୍ରା ଉତ୍ସବ

ଜିଲ୍ଲାରେ ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ବଡଯାତ୍ରା। ବଡ ଯାତ୍ରାର ଠାକୁର ବାଲରାଜ-କୃଷ୍ଣ, କାନାମରାଜ-ଭୀମ, ପୋତରାଜ-ଅର୍ଜୁନ ଓ ଦେବୀ ମାଆ ମୁତ୍ୟାଲୁଆମ୍ମା-ଦୂର୍ଗା, ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଏହି ଯାତ୍ରା ଆରମ୍ଭ କରି ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ମାଲକାନଗିରିରେ ଆସି ପହଞ୍ଚିଥାଆନ୍ତି।

By

Published : Mar 9, 2019, 3:19 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାରେ ପ୍ରତି ଦୁଇ ବର୍ଷରେ ଥରେ ପାଳିତ ହୁଏ ବଡଯାତ୍ରା। ବଡ ଯାତ୍ରାର ଠାକୁର ବାଲରାଜ-କୃଷ୍ଣ, କାନାମରାଜ-ଭୀମ, ପୋତରାଜ-ଅର୍ଜୁନ ଓ ଦେବୀ ମାଆ ମୁତ୍ୟାଲୁଆମ୍ମା-ଦୂର୍ଗା, ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଏହି ଯାତ୍ରା ଆରମ୍ଭ କରି ଦୀର୍ଘ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ମାଲକାନଗିରିରେ ଆସି ପହଞ୍ଚିଥାଆନ୍ତି। ପରେ ପହଞ୍ଚିବା ପରେ ସହରର ୩ଟି ସ୍ଥାନ କନ୍ୟାମାଝି ବନ୍ଧ, ମାଣ୍ଡିଆଭଟ୍ଟା ଓ ମାଉଲିଗୁଡି ସାହିରେ ୪ ଦିନ ଧରି ଚାଲେ ଠାକୁରଙ୍କ ବଡଯାତ୍ରା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଯାତ୍ରା ଦେଖିବା ପାଇଁ ଆନ୍ଧ୍ର, ଓଡିଶା ଓ ଛତିଶଗଡ ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥାଏ। ଗତକାଲି ରାତିରେ ମାଉଲି ମାଆ ମନ୍ଦିରରେ ପୂଜା ସାରିବା ପରେ ବଡଯାତ୍ରାର ଠାକୁରଙ୍କୁ ଆଗମନ କରିବା ଲାଗି ସିଂହାସନ ବାହାରିଥିଲା ମାନ୍ୟମକୋଣ୍ଡା ଅଭିମୁଖେ।

ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସୀମାନେ ନିଜ ନିଜ ଗାଁ ଠାକୁରାଣୀଙ୍କ ପୀଠରୁ ବାଉଁଶ ନେଇ ବଡଯାତ୍ରାର ଠାକୁରଙ୍କୁ ଆଗମନ କରିବା ପାଇଁ ସାମିଲ ହୋଇଥିଲେ। ଆଦିବାସୀଙ୍କ ଏହି ଲାଠି ଯାତ୍ରା ଦେଖିବା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ମାଲକାନଗିରି ଜିଲ୍ଲା ଜନସମୁଦ୍ର ପାଲଟିଯାଏ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details