ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର । ଏଥିରେ ମାଓବାଦୀ ଅଶୋକ, ପ୍ରଭାକର, ଶ୍ରୀକାନ୍ତ ଅତି କ୍ରୁରତା ସହ ଆଦିବାସୀ ଲକ୍ଷ୍ମଣ ରାଓ ଓ ତାଙ୍କ ଭାଇ ସଞ୍ଜୀବ ରାଓଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସର୍ବସାଧାରଣ ସ୍ଥାନରେ ରାସ୍ତାଘାଟ ପୋଲ ଆଦି ସ୍ଥାନରେ ଭୂତଳ ବୋମା ଖଞ୍ଜି ଆଦିବାସୀ ମାନଙ୍କୁ ହତ୍ୟା କରିଛନ୍ତି । ଗତ କିଛି ଦିନ ପୂର୍ବେ ଅଜୟ କୁମାର ଓ ବିଜୟ ରାଓ ଗାଈ ଚରାଇବାକୁ ଯାଇ ବୋମା ବିସ୍ପୋରଣରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ମାଓବାଦୀଙ୍କ ଏହି କାର୍ଯ୍ୟକଳାପକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି ।
ତେବେ ଵର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସ୍ୱାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ରାସ୍ତାଘାଟ ବିଜୁଳି ପାନୀୟ ଜଳ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମାଓବାଦୀ ମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ଏହି ଅଞ୍ଚଳବାସୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।