ଓଡିଶା

odisha

ETV Bharat / state

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପୁନଃ ଓପିଡି ସେବା ଆରମ୍ଭ

ଗତ 7 ଦିନ ଧରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଓପିଡି ସେବା ବନ୍ଦ ଥିବାବେଳେ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଗୁରୁବାର ମେଡିକାଲରେ ପୁନଃ ଓପିଡି ସେବା ଆରମ୍ଭ ହୋଇଛି ।

By

Published : Jul 16, 2020, 3:10 PM IST

opd service
ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପୁନଃ ଓପିଡି ସେବା ଆରମ୍ଭ

ମାଲକାନଗିରି: ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଖୋଲିଲା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଓପିଡି ସେବା । ଗତ 7 ଦିନ ଧରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଓପିଡି ସେବା ବନ୍ଦ ଥିବାବେଳେ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଗୁରୁବାର ମେଡିକାଲରେ ପୁନଃ ଓପିଡି ସେବା ଆରମ୍ଭ ହୋଇଛି ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମେତ ଦୁଇଜଣ ଡାକ୍ତର ଓ ୧୦ଜଣ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ବାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ଏଥିସହ ବର୍ହିଃବିଭାଗର ସମସ୍ତ ୱାର୍ଡ ଓ ବହୁ ଗୁରୁତ୍ବପୁର୍ଣ୍ଣ ବିଭାଗ ଗୁଡିକ ବନ୍ଦ କରି ଦିଆଯାଇଥିଲା ।

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପୁନଃ ଓପିଡି ସେବା ଆରମ୍ଭ

ପ୍ରଶାସନ ପକ୍ଷରୁ ମେଡିକାଲକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ସହ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇବା ପରେ ଅଧିକାଂଶ ନମୂନା ନେଗେଟିଭ୍ ଆସିବା ପରେ ପୁର୍ନବାର ସ୍ବାସ୍ଥ୍ୟ ବିଭାଗକୁ ସକ୍ରିୟ କରିବା ନିମନ୍ତେ ଉକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦିଆଯାଇଛି ।

ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ଏକ ବୈଠକ କରି ମୁଖ୍ୟ ଚିକିତ୍ସାଳୟରେ ଉପୁଜିଥିବା ସମସ୍ୟା ଓ ରୋଗୀ ସେବା ଉପରେ ପଚାରି ବୁଝିଥିଲେ । କିଭଳି ଭାବେ ସାମାଜିକ ସୁରକ୍ଷା ସହ ଡାକ୍ତରମାନେ ନିଜର ସୁରକ୍ଷା କରିବା ସହ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବେ ସେନେଇ ମଧ୍ୟ ଆଲୋଚନା କରିଥିଲେ। ଗତ 7 ଦିନ ଧରି ଓପିଡି ବନ୍ଦ ହୋଇଯାଇଥିବା ବେଳେ ବହୁ ରୋଗୀ ହତାଶ ହୋଇ ପଡିଥିଲେ । ରୋଗୀମାନେ ଚିକିତ୍ସାଳୟକୁ ଆସି ଫେରିଯାଉଥିଲେ। ଫଳରେ ଜିଲ୍ଲାପାଳ ଗୁରୁବାର ଓପିଡି ସେବାକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ 9 ତାରିଖ ଠାରୁ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ଲକଡାଉନ ହୋଇଯାଥିବା ବେଳେ ପ୍ରାୟ ସମସ୍ତ ୱାର୍ଡକୁ ସିଲ୍‌ କରି ଦିଆଯାଇଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ମାଲାକନଗିରି କୋଭିଡ ୧୯ ଚିକିତ୍ସାଳୟରେ 212 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । 111 ସୁସ୍ଥ ହୋଇଥିବା ବେଳେ 101 ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details