ମାଲକାନଗିରି: ଥମୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ 4 କିମି ଷ୍ଟ୍ରେଚରରେ ବୋହିଲେ ପରିବାର ଲୋକେ। ପୁଣି ଏଭଳି ଘଟଣାର ପୁନଃରାବୃତ୍ତି ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ।
କାଲିମେଳା ବ୍ଲକ କାନ୍ଦିଗୁଡାର ରାମେ ମାଢିଙ୍କୁ ଗତକାଲି ବଳମ୍ବିତ ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ପରିବାରରେ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିନପାରି କମାରଗୁଡା ଗାଁରେ ଅଟକି ରହିଥିଲା। ଏହାପରେ ପରିବାର ଲୋକେ, ଆମ୍ବୁଲାନ୍ସ କର୍ମଚାରୀ ଓ ଆଶାକର୍ମୀଙ୍କ ସାହାଯ୍ୟରେ ଷ୍ଟ୍ରେଚରରେ ଯୋଗେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।