ଓଡିଶା

odisha

ETV Bharat / state

ମାଲକାନଗିରିରେ 70 ଲକ୍ଷର ଗଞ୍ଜେଇ ଜବତ, 2 ଗିରଫ - seize

ମାଲକାନଗିରିରେ ଚୋରା ଗଞ୍ଜେଇ ଚାଲାଣ ମାମଲା ଦିନକୁ ଦିନ ବଢିଚାଲିଛି । ଏପରି ସ୍ଥିତିରେ ଜିଲ୍ଲା ପୋଲିସ ହାତରେ ଧରାପଡିଛି ଏକ ବଡ ରାକେଟର 2 ଚାଲାଣକାରୀ । ସେମାନଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଟଙ୍କାର 500 କେଜି ଗଞ୍ଜେଇ ଜବତ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

By

Published : Jun 7, 2019, 4:53 PM IST

ମାଲକାନଗିରି: ପୁଣି ଏକ ଗଞ୍ଜେଇ କାରାବାରର ପର୍ଦ୍ଦାଫାଶ କରିଛି ମାଲକାନଗିରି ପୋଲିସ । ଶୁକ୍ରବାର ଗୋଟିଏ ଗଞ୍ଜେଇ ବୋଝେଇ ଟ୍ରକ ସହ ଦୁଇ ଚାଲାଣକାରୀ ଧରାପଡିଛନ୍ତି । ସେମାନଙ୍କ ପାଖରୁ ପୋଲିସ ୫୦୦ କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି


ବାରମ୍ବାର ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଧରା ପଡୁଥିବା ବେଳେ ଶନିବାର ମାଲକାନଗିରି ସଦର ଥାନା ପୋଲିସ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ପୋଲିସ ଜବତ କରିଛି । ଶିଖପାଲ୍ଲି ଅଞ୍ଚଳରୁ ଛତିଶଗ଼ଡକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଏତିକି ବେଳେ ଗୁପ୍ତ ସୂତ୍ରରୁ ଖବର ପାଇ ପୋଲିସ ଟ୍ରକଟିକୁ ଜବତ କରିଥିଲା । ଗିରଫ 2 ଅଭିଯୁକ୍ତ କାଲିମେଳା ଅଞ୍ଚଳର ମନୋଜ କୁମାର ପଟ୍ଟନାୟକ ଓ ମୋତିଲାଲ ମଣ୍ଡଳ ରହିଛନ୍ତି । ସେମାନଙ୍କୁ ପଚରା ଉଚୁରା କରାଯିବା ପରେ କୋର୍ଟ ଚାଲାଣ କରାଯିବା ସହ ଏହି ଗଞ୍ଜେଇ ରେକେଟରେ ସାମିଲ ଥିବା କିଙ୍ଗପିନକୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।


୨୦୧୮ ରେ ମାଲକାନଗିରି ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୮୩ଟି ଗାଡି ଜବତ କରିଥିବା ବେଳେ ୧୭୯ ଜଣଙ୍କୁ ଗିରଫ କରିଥିଲା । ସେହିଭଳି ୨୦୧୯ ରେ ୨୭ଟି ଗାଡି ଜବତ ସହ ୭୨ ଜଣ ଚୋରା ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥିମଧ୍ୟରୁ ୩୮ ଜଣ ଓଡିଶା ବାହାରୁ ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details