ମାଲକାନଗିରି: ଜିଲ୍ଲା ସଦର ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ଜରୁରୀକାଳୀନ ସେବା ଲାଗି ଉଦ୍ଧିଷ୍ଟ ଥିବା SNCU ପରି ଏକ ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗରେ ନର୍ସମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡି ଟିକ୍ ଟକ୍ ଭିଡିଓ କରୁଥିଲେ । ଏହି ଦୃଶ୍ୟ ବୁଧବାର ଭାଇରାଲ ହେବାପରେ ଏନେଇ ଗୁରୁବାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
SNCU ଭିତରେ ଡାନ୍ସ ଓ ବିଭିନ୍ନ ଗୀତରେ ଅଭିନୟ କରି ଏହାକୁ ଟିକ୍ ଟକ୍ରେ ସେୟାର କରିଥିବା ୪ ଜଣ ନର୍ସ ନନ୍ଦିନୀ ରାୟ, ରୁବି ରାୟ, ଜ୍ୟୋତି ରାୟ ଓ ତାପସି ବିଶ୍ବାସଙ୍କୁ ଆଜି ଠାରୁ “ନୋ ୱାର୍କ ନୋ ପେ” ଅର୍ଥାତ ଚାକିରି ନାହିଁ କି ଦରମା ନାହିଁ ନୋଟିସ୍ ଜାରି କରାଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସିଡିଏମଓ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସଂପୃକ୍ତ ୪ ଜଣ ନର୍ସ ଚୁକ୍ତି ମୂଳକ ଭାବେ ଚାକିରି କରୁଥିବାରୁ ସରକାରଙ୍କ କୌଣସି ନିୟମ ସେମାନଙ୍କ ଉପରେ ଲାଗୁ ହୋଇ ପାରୁନଥିବା ସିଡିଏମ୍ଓ କହିଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏହି ଅର୍ଡର ଜାରି ରହିବ ବୋଲି କୁହାଯାଇଛି ।