ଓଡିଶା

odisha

ETV Bharat / state

ଆଗକୁ ନିର୍ବାଚନ: ଆଜି ନବୀନଙ୍କ ମାରାଥନ ପ୍ରଚାର

ଶନିବାର କୋରାପୁଟ ଏବଂ ମାଲାକାନଗିରିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ସୁପ୍ରିମୋ ।

By

Published : Apr 5, 2019, 12:51 PM IST

ଫାଇଲ ଫଟୋ

ମାଲକାନଗିରି: 2019 ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ସକ୍ରିୟ ହୋଇଉଠିଛି ରାଜ୍ୟ ରାଜନୀତି । ମତଦାନର ଦିନ ପାଖେଇ ଆସୁଥିବାରୁ ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ବିଭିନ୍ନ ଦଳର ମଙ୍ଗୁଆଳ ନିର୍ବାଚନ ଲଢୁଥିବା ନିଜ ଦଳର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭୋଟ ଯୋଗାଡ କରିବାରେ ଲାଗି ପଡିଛନ୍ତି । ଏହିକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦକ୍ଷିଣ ଓଡିଶା ଗସ୍ତରେ ଆସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ମାଲକାନଗିରି

ଏହି ଅବସରରେ ସେ କୋରାପୁଟ ଏବଂ ମାଲାକାନଗିରିରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେଡି ଟିକେଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପ୍ରଥମେ ନବୀନ ମାଲକାନଗିରିର କାଲିମେଳା ଠାରେ ଆୟୋଜିତ ହେଉଥିବା ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପରେ ମାଥିଲିରେ ପହଞ୍ଚି ସେଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ କୋରାପୁଟର ପଟାଙ୍ଗୀ ଏବଂ ଲକ୍ଷ୍ମୀପୁର ଠାରେ ଆୟୋଜିତ ହେଉଥିବା ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ନବୀନ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details