ମାଲକାନଗିରି: ଦୀର୍ଘ 19 ଦିନର ବିରତି ପରେ ପୁଣି ଜିଲ୍ଲାରେ କୋରୋନା ସଂକ୍ରମିତ । ଜିଲ୍ଲାରେ ଆଜି(ଶନିବାର) 2 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ କାଲିମେଳା ବ୍ଲକର ଓ ଜଣେ ପଡିଆ ବ୍ଲକ କାଲଦାପାଲ୍ଲୀ ଗ୍ରାମର ।
ସଂକ୍ରମିତ 2 ଜଣଙ୍କ କୌଣସି ଟ୍ରାଭେଲ ଇତିହାସ ଓ ସ୍ଥାନୀୟ କଣ୍ଟାକ୍ଟ ନଥିବା ବେଳେ ସେମାନଙ୍କୁ ଥଣ୍ଡା ଓ ଜର ଥିବା ଜଣାପଡିଛି । ଗତ ମାର୍ଚ୍ଚ 14 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଲଗାତାର 19 ଦିନ କୌଣସି ସଂକ୍ରମଣ ରିପୋର୍ଟ କରାଯାଇନଥିଲା । ଏହାସହ ଜିଲ୍ଲାରେ ସମସ୍ତେ ସୁସ୍ଥ ହୋଇଥିଲେ । କୋରୋନା ପରିଚାଳନାରେ ରାଜ୍ୟରେ ମାଲକାନଗିରି ଶୀର୍ଷ ସ୍ଥାନ ଅଧିକାର କରିଛି ।