ଓଡିଶା

odisha

ଗଞ୍ଜେଇ ଚାଷ ବିରୋଧରେ ପୋଲିସ-ଅବକାରୀ କାର୍ଯ୍ୟାନୁଷ୍ଠାନ, 12 କୋଟିର ଫସଲ ନଷ୍ଟ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ  ଶନିବାର  ମାଥିଲି ପୋଲିସ ଓ ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ  ମିଳିତ ଭାବେ  ନଷ୍ଟ କରିଛନ୍ତି ।

By

Published : Nov 23, 2019, 10:11 AM IST

Published : Nov 23, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପ୍ରାୟ ୧୨ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଫସଲ ନଷ୍ଟ କରିଛି ଅବକାରୀ ବିଭାଗ। ମାଲକାନଗିରିର ମାଥିଲି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ଶନିବାର ମାଥିଲି ପୋଲିସ, ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଛନ୍ତି।

ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ ବାହାଦୂର ଗୁଡା, ତାଳଗୁଡା, ନୂନଖରି ଓ କାନ୍ଦଗୁଡା ଗ୍ରାମରେ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୭୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ୧ଲକ୍ଷ ୧୫ ହଜାର ୨୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨କୋଟି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ମାଲକାନଗିରି ଅବକାରି ଅଧିକ୍ଷକ ଅଶୋକ ଶେଠଙ୍କ ନେତୃତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଜଣାଇ ଦିଆଯାଇଛି। ଏହାସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ମଧ୍ୟ ମାଲକାନଗିରି ଅବକାରି ବିଭାଗ ଓ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details