ଓଡିଶା

odisha

ETV Bharat / state

ପୋଲିସ ଗାଡିର ଷ୍ଟିକର ଲଗାଇ ଗଞ୍ଜେଇ ଚାଲାଣ, ୩ ଗିରଫ

ରାଜ୍ୟରେ ବଢୁଛି ଚୋରାରେ ଗଞ୍ଜେଇ ଚାଲାଣ । ମାଲକାନଗିରି ପୋଲିସର ପାଟ୍ରୋଲିଂ ସମୟରେ କ୍ବିଣ୍ଟାଲ ଚୋରା ଗଞ୍ଜେଇ ଜବତ ସହିତ ତିନିଜଣ ଗରିଫ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Jan 10, 2021, 11:53 AM IST

ଚୋରାରେ ଗଞ୍ଜେଇ ଚାଲାଣ ପଣ୍ଡ
ଚୋରାରେ ଗଞ୍ଜେଇ ଚାଲାଣ ପଣ୍ଡ

ମାଲକାନଗିରି: ପୋଲିସ ଗାଡିର ଷ୍ଟିକର ଲଗାଇ ଗଞେଇ ଚାଲାଣ କାରବାର । ଚାଲାଣ କାରବାରକୁ ପଣ୍ଡ କଲା ପୋଲିସ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ପୋଲିସ କ୍ବିଣ୍ଟାଲ ଚୋରା ଗଞ୍ଜେଇ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରିଛି ।

ଚୋରାରେ ଗଞ୍ଜେଇ ଚାଲାଣ ପଣ୍ଡ

ସୂଚନା ମୁତାବକ ବାଲିମେଳା-ଡାଇକ ୩ ରାସ୍ତାର ନାକାମାମୁଡି ଛକ ନିକଟରେ ଥାନା ଏସଆଇ ମିଲନ ମଜୁମଦାର ଓ ତାଙ୍କ ସହକର୍ମୀ ପାଟ୍ରୋଲିଂ କରୁଥିବା ସମୟରେ ଡାଇକ-୩ ରାସ୍ତା ପଟୁ ଏକ ଇନୋଭା (ଓଡି ୩୩ ବି ୩୬୭୬) ବାଲିମେଳା ଛକ ଅଭିମୁଖେ ଆସୁଥିଲା । ସେହି ସମୟରେ ପୋଲିସ ସନ୍ଦେହ କରି ଗାଡିକୁ ଅଟାଇଥିଲେ । ପୁଲିସକୁ ଦେଖି ଇନୋଭାରେ ବସିଥିବା 3 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦୌଡି ଚାଲିଯିବାରୁ ପୁଲିସର ସନ୍ଦେହ ଘନିଭୁତ ହୋଇଥିଲା । ଗାଡିରେ ରହିଥିବା ଅନ୍ୟ ୩ଜଣଙ୍କୁ ପୁଲିସ ଅଟକାଇ ପଚରାଉଚରା କରିଥିଲା । ଗାଡି ତଲାସି ନେବା ସମୟରେ ଗାଡିରେ ୪ଟି ବସ୍ତାରେ ଗଞ୍ଜେଇ ରହିଥିବା ଜଣା ପଡିଥିଲା ।

ଗରୁତ୍ବପୂର୍ଣ୍ଣ ବିଷୟ ଯେ ଗାଡି ଉପରେ ନୀଳ ରଙ୍ଗର ଲାଇଟ ଲାଗିଥିବା ବେଳେ ପୁଲିସ ଏସକର୍ଟର ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି । ଏହା ସହ ସେମାନେ ପୋଲିସ ପୋଷାକ ପିନ୍ଧିଥିଲେ । ଗାଡି ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ବିହାର ପାଟନା ଅଞ୍ଚଳର ରାଜୁ ଖାଲିଫା (୨୪), ରାଜୀବ କୁମାର (୨୬) ଓ ଅଶୋକ କୁମାର (୨୬) । ଜବତ ଗଞ୍ଜେଇର ଓଜନ ୧ କ୍ୱିଂଟାଲ ହୋଇଥିବା ଜଣାପଡିଥିଲା । ଜବତ ଗଞେଜ ଚିତ୍ରକୋଣ୍ଡା ଅଞ୍ଚଳରୁ ବିହାରକୁ ଚାଲାଣ ହେଉଥାଲା । ଏନେଇ ଓର୍କେଲ ଥାନାରେ ନଂ ୬/୨୧ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details