ମାଲକାନଗିରି: ଲାଞ୍ଚ ନେଇ ଗଞ୍ଜେଇ ଗାଡି ଛାଡିବା ପୋଲିସ ବାବୁମାନଙ୍କୁ ପଡିଲା ମହଙ୍ଗା । ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ 3 ଜଣଙ୍କୁ ଗିରଫ କରାଯାଇଛି ।
ମାଲକାନଗିରି ସ୍ଥିତ ମୁଦୁଲିପଡ଼ା ଥାନାର ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି । ଜଣେ ଏଏସଆଇ ଓ 2 ଜଣ ହୋମଗାର୍ଡ଼ଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଗିରଫ ପରେ ଉକ୍ତ ଏଏସଆଇ ଓ 2 ଜଣ ହୋମଗାର୍ଡ଼ଙ୍କୁ କୋର୍ଟ ଚାଲାଣ କରାଯିବ ।