ଓଡିଶା

odisha

Panchayat Election: ହାତରେ ଟିଭି ଧରି ଭୋଟଭିକ୍ଷା କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ

By

Published : Feb 2, 2022, 1:14 PM IST

ହାତରେ ଟିଭି ଧରି ପ୍ରତି ଘରେ ଭୋଟଭିକ୍ଷା କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ । କୋରାପୁଟରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଚିତ୍ର । ଅଧିକ ପଢନ୍ତୁ

ହାତରେ ଟିଭି ଧରି ପ୍ରଚାର କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ
ହାତରେ ଟିଭି ଧରି ପ୍ରଚାର କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ

କୋରାପୁଟ: ଗାଁରେ ଜମୁଛି ନିର୍ବାଚନୀ ପ୍ରଚାର । ପ୍ରତି ଘରେ ପହଞ୍ଚି ପ୍ରଚାର କରୁଛନ୍ତି ପଞ୍ଚାୟତ ପ୍ରାର୍ଥୀ । କିଏ ମାଛ ଧରି ଭୋଟ୍ ମାଗୁଛି ତ କିଏ ସାଇକେଲରେ ପ୍ରଚାର କରୁଛି । କୋରାପୁଟ ବ୍ଲକ ମାଥାଲପୁଟ ଅଞ୍ଚଳରେ ସେଭଳି ଜଣେ ପ୍ରାର୍ଥୀଙ୍କ ନିଆରା ନିର୍ବାଚନୀ ପ୍ରଚାରକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଏଠାରେ ହାତରେ ଟିଭି ଧରି ଘର ଘର ବୁଲି ସମର୍ଥନ ମାଗୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ ସସ୍ମିତା ଖରା ।

Panchayat Election: ହାତରେ ଟିଭି ଧରି ଭୋଟଭିକ୍ଷା କରୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀ

ଏକ ନିର୍ଦ୍ଧିଷ୍ଟ ଦଳ ପାଇଁ ବର୍ଷବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଏକ ମହିଳା ହୋଇଥିବା ଯୋଗୁଁ ଦଳ ତାଙ୍କୁ ପୁରୁଷ ଠାରୁ ଦୁର୍ବଳ ଆଖ୍ୟା ଦେଇ ଟିକଟ ଦେବାକୁ ପ୍ରତ୍ୟାଖ୍ୟାନ କରିଥିବା ସସ୍ମିତା ଅଭିଯୋଗ କରିଛନ୍ତି । ଏତେଦିନ ଧରି ଦଳ ସହିତ କାର୍ଯ୍ୟ କରି ଏହି ଅଞ୍ଚଳର ସମସ୍ୟା ଓ ସମ୍ଭାବନା ସହ ଅବଗତ ଅଛନ୍ତି । ଏହ କାରଣରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ଅଞ୍ଚଳର ବିକାଶ ପାଇଁ ସେ ଦେଖିଥିବା ସ୍ବପ୍ନ ଦଳର ପ୍ରତ୍ୟାଖ୍ୟାନ ସହ ଶେଷ ହୋଇପାରିନାହିଁ । ଏତେ ଦିନର ଜନସମ୍ପର୍କ ଓ ନିଜ ମାଟି ପାଇଁ କିଛି କରିବାର ପ୍ରବଳ ଆଗ୍ରହ ତାଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିବା ସେ ପ୍ରକାଶ କରିଛନ୍ତି ।

ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରିଥିବା ଏହି ମହିଳାଙ୍କୁ ପ୍ରାର୍ଥୀ ଭାବେ ଦେଖି ଭୋଟରମାନେ ମଧ୍ୟ ଖୁବ୍ ଖୁସି ହେଉଛନ୍ତି । ଏପରିକି ଯୁବପୀଢ଼ି ଉତ୍ସାହର ସହ ତାଙ୍କ ସହ ନିଃସର୍ତ୍ତ ଭାବେ ନିର୍ବାଚନ ପ୍ରଚାର ଅଭିଯାନରେ ସହଯୋଗ କରୁଥିବା ସେ ଜଣାଇଛନ୍ତି । ଘରେ ଘରେ ଟେଲିଭିଜନ ପହଁଚିଲା ଭଳି ସେ ମଧ୍ୟ ପ୍ରତ୍ୟେକ ପରିବାରର ସଦସ୍ୟ ଭାବେ ସେମାନଙ୍କ ସୁଖ ଦୁଃଖର ସାଥି ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦଳ ଛାଡି ସ୍ୱାଧୀନ ଭାବେ ଲଢୁଥିବା ଏହି ମହିଳା ପ୍ରାର୍ଥୀଙ୍କ ଅଭିନବ ଉପାୟ କେତେଦୂର ରାଜନୈତିକ ଦଳଗୁଡ଼ିକର ଶକ୍ତ ପ୍ରଚାରକୁ ସାମ୍ନା କରିପାରିବ ତାହା କେବଳ ସମୟ ହିଁ କହିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details