କୋରାପୁଟ : ସେମିଳିଗୁଡାର ସାଲମ ନଗର କଲୋନୀରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତକଙ୍କ ନାମ ରବି ମାଝୀ ଓ ସେ ଜଡ଼ାଗୁଡା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଘରେ ଚୁନ ମାରୁଥିବାବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।
ଘରେ ଚୁନ ଲଗାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ - electri shocked
ସେମିଳିଗୁଡାର ସାଲମ ନଗର କଲୋନୀରେ ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ....
ବିଦ୍ୟୁତ ଆଘାତରେ ଆସି ଶ୍ରମିକ ମୃତ
ଘଟଣା ଅନୁସାରେ ରବି ଆଜି ଘର ଉପରକୁ ଚଢି ଉପର ମହଲାରେ ଚୂନ ଲଗାଉଥିବା ସମୟରେ ଘର ପାଖ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ରବି ତଳେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବିଦ୍ୟୁତ ବିଭାଗର କର୍ମକର୍ତ୍ତା ଆସି ବିଦ୍ୟୁତ ସଂଯୋଗ କାଟିଦେଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ