ଓଡିଶା

odisha

ETV Bharat / state

କୋରାପୁଟର ଦୁଇ ବିଧାୟକ ମୁହାଁମୁହିଁ - କୋରାପୁଟ

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସରପଞ୍ଚମାନେ ପଞ୍ଚାୟତ ଅଧିକାରୀଙ୍କ ବ୍ୟାଗ ବୋହୁଛନ୍ତି ବୋଲି କହି ଆଦିବାସୀ ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନିତ କରିଥିବା ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 12, 2019, 8:27 PM IST

କୋରାପୁଟ: ଆଜି ଜିଲ୍ଲାପରିଷଦ ବୈଠକ ଚାଲିଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସରପଞ୍ଚମାନେ ପଞ୍ଚାୟତ ଅଧିକାରୀଙ୍କ ବ୍ୟାଗ ବୋହୁଛନ୍ତି ବୋଲି କହି ଆଦିବାସୀ ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନିତ କରିଥିବା ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଅନେକ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ପଞ୍ଚାୟତ ଅଧିକାରୀଙ୍କ ସହ ମିଳିମିଶି ଅନେକ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ବିରୋଧୀ ଦଳର ନେତା ବାହିନୀପତି ପ୍ରତିଟି କଥାରେ ସରକାରଙ୍କୁ ସମାଲୋଚନା କରିବା ଠିକ ନୁହେଁ ବୋଲି ପାଢ଼ୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ସରକାରଙ୍କ ପ୍ରଗତିମୂଳକ ପଦକ୍ଷେପ ସମ୍ପର୍କରେ ବାହିନୀପତି ଗଠନମୂଳକ ମନ୍ତବ୍ୟ ରଖିବା ଆବଶ୍ୟକ ବୋଲି ପିତମ ପାଢ଼ୀ ମତପ୍ରକାଶ କରିଛନ୍ତି । ତେବେ ପାଢ଼ୀଙ୍କ ଏହି ଅଭିଯୋଗକୁ ତୀବ୍ର ଭାବେ ଖଣ୍ଡନ କରିଛନ୍ତି ବାହିନୀପତି । ବିଜେଡି ଦଳର ଟିକେଟରେ ବିଧାୟକ ସାଜିଥିବା ପାଢ଼ୀ ଖଣି ମାଲିକଙ୍କ ଅର୍ଥବଳକୁ ଆଧାର କରି ଚଳିତ ନିର୍ବାଚନରେ ବିଜୟ ହାସଲ କରିଥିବା ବେଳେ ସେ କିନ୍ତୁ ଜନବଳରେ ବିଜୟ ଲାଭ କରିଥିବା ବାହିନୀପତି କହିଛନ୍ତି ।

ସେ ତାଙ୍କ ବକ୍ତବ୍ୟରେ କିଛି ସରପଞ୍ଚ ଯେଉଁମାନେ ସରକାରୀ ବାବୁଙ୍କ ସହିତ ମିଳିମିଶି କାମ କରି ଅଞ୍ଚଳର ବିକାଶ କରୁଛନ୍ତି ସେମାନଙ୍କ କଥା କହିଥିଲେ । ଏହାଛଡା ଅଧିକାଂଶ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ କଥାକୁ ଅଧିକାରୀମାନେ କିପରି ଖାତିର ନ କରି ତାଙ୍କୁ ବ୍ୟବହାର କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିବା କଥା ବାହିନୀପତି ସଫେଇ ଦେଇଛନ୍ତି ।

ଆଦିବାସୀଙ୍କ ସରଳତାକୁ ଦେଖି ପ୍ରଶାସନିକ କଳ ସେମାନଙ୍କୁ ନିଜ ଲାଭ ପାଇଁ ବ୍ୟବହାର ନ କରନ୍ତୁ । ଏହାଦ୍ୱାରା ଆଦିବାସୀଙ୍କ ସ୍ୱାଭିମାନରେ ଦାଗ ଆସିବ ବୋଲି ସେ ଦେଇଥିବା ବକ୍ତବ୍ୟକୁ ପାଢ଼ୀ ଏପରି କଦର୍ଥ କରି ବୁଝିଛନ୍ତି ଯାହା କ୍ଷୋଭର ବିଷୟ ବୋଲି ବାହିନୀପତି ମତ ରଖିଛନ୍ତି । ଆଦିବାସୀଙ୍କ ଉନ୍ନତି ନିମନ୍ତେ ସେ କେତେ ଯେ ସଂଗ୍ରାମ କରିଛନ୍ତି ସେକଥା ଖଣି ମାଲିକଙ୍କ ସହଯୋଗରେ ନିର୍ବାଚନ ଜିତିଥିବା ପାଢ଼ୀ କିପରି ବୁଝି ପାରିବେ ବୋଲି ବାହିନୀପତି ତୀବ୍ର ସମାଲୋଚନା କରିଛନ୍ତି । ତେବେ କଂଗ୍ରେସ ଓ ବିଜେଡିର ଏହି ଦୁଇ ବିଧାୟକଙ୍କ କଥା କଟାକଟି କୋରାପୁଟରେ ରାଜନୈତିକ ଉଷ୍ମତା ବୃଦ୍ଧି କରିଛି ।

ଆଜି ଅନୁଷ୍ଠିତ ଜିଲ୍ଲାପରିଷଦ ବୈଠକରେ ତୁଳସା କିରସାନିଙ୍କୁ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।


କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details