କୋରାପୁଟ:ତିନି ମାସ ପୂର୍ବେ ସୁନାବେଡ଼ା ସ୍ଥିତ ହାଲ କମ୍ପାନୀରେ କାର୍ଯ୍ୟରତ ଆନନ୍ଦ ମଣ୍ଡଳ ମୃତ୍ୟୁବରଣ କରିବା ପରେ ସେ କଥିତ ରୂପେ କରିଥିବା ଆର୍ଥିକ କାରବାରର ଚାପରେ ପତ୍ନୀ ଶ୍ରାବଣୀ ମଲ୍ଲିକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଉଠିଥିଲା । ପତି ଆନନ୍ଦଙ୍କ କିଛି ବନ୍ଧୁ ତାଙ୍କୁ ଦିନ ରାତି ବାରମ୍ବାର ସ୍ୱାମୀ କଥିତ ଭାବେ କିଛି ଆର୍ଥିକ ମାମଲାରେ ଜଡିତ ଥିବା କହି ଅର୍ଥ ଫେରାଇବା ପାଇଁ ବାଧ୍ୟ କରିଥିବାରୁ ଶ୍ରାବଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି ।
ସ୍ବାମୀଙ୍କ ଅର୍ଥ କାରବାରର ଶିକାର ହୋଇ ଆତ୍ମହତ୍ୟା କଲେ ମହିଳା, ଥାନାରେ ମାମଲା - Woman suicide after husbands money case
ତିନି ମାସ ପୂର୍ବେ ସୁନାବେଡ଼ା ସ୍ଥିତ ହାଲ କମ୍ପାନୀରେ କାର୍ଯ୍ୟରତ ଆନନ୍ଦ ମଣ୍ଡଳ ମୃତ୍ୟୁବରଣ କରିବା ପରେ ସେ କଥିତ ରୂପେ କରିଥିବା ଆର୍ଥିକ କାରବାର ଚାପରେ ପତ୍ନୀ ଶ୍ରାବଣୀ ମଲ୍ଲିକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଉଠିଥିଲା । ଅଧିକ ପଢନ୍ତୁ...
ଆତ୍ମହତ୍ୟା କରିବା ପୂର୍ବରୁ ଶ୍ରାବଣୀ ଏକ ଭିଡିଓ ରେ ତାଙ୍କ ଉପରେ କିଛି ବ୍ୟକ୍ତିଙ୍କ ଦ୍ୱାରା ବାରମ୍ବାର କିପରି ଚାପ ପ୍ରୟୋଗ ହେଉଥିଲା ସେ ସମ୍ପର୍କରେ କହିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ଯୋଗୁଁ ଶ୍ୱଶୁର ଘର ଲୋକଙ୍କୁ ସେ ଯୋଗାଯୋଗ କରି ମଧ୍ୟ କିପରି ହତାଶ ହୋଇଥିଲେ ତାହା ମଧ୍ୟ ଏହି ଭିଡିଓ ରେ ସେ ବର୍ଣନା କରିଛନ୍ତି । ଆଜି ଶ୍ରାବଣୀଙ୍କ ଭାଇ ଯୋଗେନ୍ଦ୍ର ମଲ୍ଲିକ ସୁନାବେଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ଶ୍ରାବଣୀଙ୍କ ବନ୍ଧୁ ତଥା ସମାଜସେବୀ ମମତା ରାଏ, ଶ୍ରାବଣୀ ନିଜ ମୃତ୍ୟୁ ପାଇଁ ଯେଉଁ ମାନଙ୍କୁ ଦାୟୀ କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ