ଓଡିଶା

odisha

ETV Bharat / state

ଆଦିବାସୀ ଜୀବନର ଅଭିନ୍ନ ଅଙ୍ଗ: ସାପ୍ତାହିକ ହାଟ - ସାପ୍ତାହିକ ହାଟ

କୋରାପୁଟ ଜିଲ୍ଲାର ସାପ୍ତାହିକ ହାଟ ଖାଲି ଯେ ଏକ ହାଟ ତାହା ନୁହେଁ, ଏହା ଭାଇଚାରା ଓ ସୁସମ୍ପର୍କ ସ୍ଥାପନାରେ ଏକ ମାଧ୍ୟମ ସାଜିଛି । ଏଥିସହ ଗିରିକନ୍ଦର ଆଦିବାସୀଙ୍କ ପାଇଁ ଏହି ହାଟ ଅର୍ଥନୀତି ସୁଦୃଢ କରିବା ଓ ବେରୋଜଗାରୀ ରୋକିବାର ସାଜିଛି ମୁଖ୍ୟ ମାଧ୍ୟମ ।

od_kpt_Weekly market part of the Koraput tribal people life
ଆଦିବାସୀ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି ସାପ୍ତାହିକ ହାଟ

By

Published : Feb 9, 2020, 10:48 PM IST

କୋରାପୁଟ: ଜିଲ୍ଲାର ସାପ୍ତାହିକ ହାଟ । ଯାହା ସହରବାସୀ ତଥା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । କିନ୍ତୁ ଗିରିକନ୍ଦର ଆଦିବାସୀଙ୍କ ପାଇଁ ଏହି ହାଟର ପରିଚୟ ଭିନ୍ନ । ସେମାନଙ୍କ ପାଇଁ ଏହି ହାଟ ସାଜିଛି ଅର୍ଥନୀତି ସୁଦୃଢ କରିବା ଓ ବେରୋଜଗାରୀ ରୋକିବାର ମୁଖ୍ୟ ମାଧ୍ୟମ ।

ଆଦିବାସୀ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି ସାପ୍ତାହିକ ହାଟ

ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ହାଟରେ ନାମମାତ୍ର ଚାଷୀଠୁ କ୍ଷୁଦ୍ରଚାଷୀ ସଭିଏଁ ନିଜ ଉତ୍ପାଦ ବିକ୍ରି କରିବାର ସୁଯୋଗ ପାଉଛନ୍ତି । ସାପ୍ତାହିକ ହାଟରେ ସୁଆଁ, ମାଣ୍ଡିଆ ଭଳି କ୍ଷୁଦ୍ର ଶସ୍ୟ ସହ ଚଣା, ମୁଢି, ଲିଆ ଭଳି ସାମଗ୍ରୀରେ ତିଆରି ସୁସ୍ବାଦୁ ଲଡୁ ମିଳିଥାଏ । ଆଦିବାସୀ ବ୍ୟବସାୟୀ ମଧ୍ୟ ଗ୍ରାହକଙ୍କ ପାଇଁ ଏସବୁ ପ୍ରସ୍ତୁତ କରି ବିକ୍ରି କରିବାକୁ ସପ୍ତାହ ଧରି ଅପେକ୍ଷା କରିଥାନ୍ତି । ଆଉ ଏଥିରୁ ଉପାର୍ଜିତ ଅର୍ଥ ପାଇ ବେଶ ଖୁସି ହୁଅନ୍ତି । ଖାଲି ଯେ ଖାଦ୍ୟ ଜାତୀୟ ସାମଗ୍ରୀ ତାହା ନୁହେଁ ଏଠାରେ ବିଭିନ୍ନ ପ୍ରକାର ରୋଜଗାରର ପନ୍ଥା ମଧ୍ୟ ଦେଖିବାକୁ ମିଳିଥାଏ ।

କେବଳ ଏତିକି ନୁହେଁ ଏହି ହାଟ ଗୋଟିଏ ଅଞ୍ଚଳକୁ ଆଉ ଏକ ଅଞ୍ଚଳ ସହ ଭାଇଚାରା ଓ ସୁସମ୍ପର୍କ ସ୍ଥାପନା କରିବାରେ ସଫଳ ହୋଇଥିବା ଅନେକ ମତ ଦେଇଛନ୍ତି । କାରଣ ଏଠାକୁ କେହି କିଛି ବିକ୍ରି କରିବାକୁ ଆସେ ତ ଆଉ କିଏ ଗାଁରେ ସହଜରେ ମିଳୁନଥିବା ପଦାର୍ଥ ମିଳିଯିବା ଆଶା ରଖି ଏଠାକୁ ଆସିଥାଏ । ନିଜ ପିଲାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ବାପା ମା' କିଣି ଦେଇଥିବା ସିଲେଇ ମେସିନ ଧରି ଗୌରୀ ଭଳି ଯୁବତୀମାନେ ହାଟକୁ ଆସିଥାନ୍ତି । ଆଉ ପୁରୁଣାଠୁ ଆରମ୍ଭ କରି ନୂଆ ପର୍ଯ୍ୟନ୍ତ ସବୁ କିଛି ମରାମତି କରି ଟଙ୍କା ଉତ୍ପାର୍ଜନ କରୁଛନ୍ତି । ତେବେ ଆଦିବାସୀଙ୍କ ଜୀବନର ଏହି ନିଆରା ଭାବପୂର୍ଣ୍ଣ ସ୍ଥଳ ସହରବାସୀଙ୍କୁ ବେଶ ଆକୃଷ୍ଟ କରୁଥିବାବେଳେ କୋରାପୁଟ ଜିଲ୍ଲାରେ ବସୁଥିବା ଶତାଧିକ ହାଟକୁ ସାମାଜିକ ପରିବର୍ତ୍ତନର ବାର୍ତ୍ତା ପହଞ୍ଚାଇବାକୁ ସରକାର ମଧ୍ୟ ଏହାକୁ ଏକ ପ୍ରକୃଷ୍ଟ ସ୍ଥାନ ଭାବରେ ପରିଗଣିତ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details